ଶୀଘ୍ର ହେବ ‘ଡାଇରେକ୍ଟ-ଟୁ-ମୋବାଇଲ’ ପ୍ରସାରଣର ପରୀକ୍ଷା ମୂଳକ ଅଧ୍ୟୟନ

ନୂଆଦିଲ୍ଲୀ: ନ୍ୟାସନାଲ କ୍ୟାପିଟାଲ ଟେରିଟରୀ (ଏନସିଟି)ରେ ଖୁବ୍ ଶୀଘ୍ର ଡାଇରେକ୍ଟ-ଟୁ-ମୋବାଇଲ (ଡିଟୁଏମ) ପ୍ରସାରଣର ପରୀକ୍ଷା ମୂଳକ ଅଧ୍ୟୟନ ହେବ। ଏହା କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ରା। ଗୁରୁବାର ଭାରତୀୟ ଉଦ୍ୟୋଗ ପରିସଂଘ (ସିଆଇଆଇ)ଙ୍କ ପକ୍ଷରୁ ଆୟୋଜିତ ‘ବିଗ୍ ପିକ୍ଚର’ ସମ୍ମିଳନୀକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ଚନ୍ଦ୍ରା କହିଛନ୍ତି ଯେ ଟେଲିଭିଜନ ମିଡିଆ ଲାଗି ‘ଡାଇରେକ୍ଟ-ଟୁ-ମୋବାଇଲ’ ପ୍ରସାରଣ ଆଗାମୀ ବଡ କଥା ହେବ। କାରଣ ଏଥିରେ ଦର୍ଶକଙ୍କ ସଂଖ୍ୟା ଅଚାନକ ଅନେକଗୁଣା ବଢିଯିବ ବୋଲି ସେ କହିଛନ୍ତି।

ଏଥିଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ ଖୁବ ଶୀଘ୍ର ଏନସିଟିରେ ଡିଟୁଏମ ପ୍ରସାରଣର ଏକ ପରୀକ୍ଷାମୂଳକ ଅଧ୍ୟାୟନ କରାଯିବ। ଯାହା ଦ୍ୱାରା ଟେଲିଭିଜନର ପହଞ୍ଚକୁ ବହୁଗୁଣିତ କରାଯାଇପାରିବ। ସେ କହିଛନ୍ତି ଯେ ଦେଶର ଏବେ ୨୦ କୋଟି ଘରେ ଟେଲିଭିଜନ ରହିଛି। ଏହି ଅନୁସାରେ ୬୦ କୋଟିରୁ ଅଧିକ ସ୍ମାର୍ଟଫୋନ ଉପଯୋଗକର୍ତ୍ତା ଥିବା ବେଳେ ୮୦ କୋଟି ବ୍ରଡବ୍ୟାଣ୍ଡ ଉପଯୋଗକର୍ତ୍ତା ଅଛନ୍ତି। ଏଣୁ ମୋବାଇଲରେ ଟେଲିଭିଜନର ପହଞ୍ଚ ଢେର ଅଧିକ ହେବା ନିଶ୍ଚିତ ବୋଲି ଚନ୍ଦ୍ରା କହିଛନ୍ତି।

ଏଣୁ ଏହାକୁ ଦୃଷ୍ଟିରେ ରଖି ଖୁବ୍ ଶୀଘ୍ର ନ୍ୟାସନାଲ କ୍ୟାପିଟାଲ ଟେରିଟରିରେ ଡିଟୁଏମ ପ୍ରସାରଣର ଏକ ପରୀକ୍ଷା ମୂଳକ ଅଧ୍ୟୟନ କରାଯିବ ବୋଲି ସେ କହିଛନ୍ତି। ତେବେ ଏହି ପରୀକ୍ଷାମୂଳକ ପ୍ରସାରଣ କେବେ ହେବ ସେ ନେଇ ସୂଚନା ଓ ପ୍ରସାରଣ ସଚିବ ସଠିକ କିଛି କହିନଥିବା ବେଳେ ଖୁବ୍ ଶୀଘ୍ର ଏହି ଅଧ୍ୟୟନ ହେବ ବୋଲି ସିଆଇଆଇ କାର୍ଯ୍ୟକ୍ରମରେ କହିଛନ୍ତି।

Related Articles

Back to top button