ଶ୍ରଦ୍ଧା ମର୍ଡର କେସ୍: ଅଭିଯୁକ୍ତ ଅଫତାବ ଅମିନ୍ ପୁନାଓ୍ଵଲାକୁ ଆଉ ୫ ଦିନିଆ ରିମାଣ୍ଡ ଅବଧିରେ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଶ୍ରଦ୍ଧା ଓ୍ଵାର୍କରଙ୍କ  ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବର ପାଞ୍ଚ ଦିନିଆ ରିମାଣ୍ଡ ଅବଧି ବଢାଯାଇଛି। ଦିଲ୍ଲୀର ଏକ ଅଦାଲତ ଅଫତାବଙ୍କୁ ୫ ଦିନ ପାଇଁ ପୋଲିସ ହେପାଜତରେ ପଠାଇ ଦେଇଛି। ଏହାପୂର୍ବରୁ ଅଫତାବକୁ ୫ ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଥିଲା। ସାକେତ କୋର୍ଟରେ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଅଫତାବକୁ ହାଜର କରାଯାଇଥିଲା। ସାକେତ କୋର୍ଟ ଅଫତାବର ନାର୍କୋ ଟେଷ୍ଟକୁ ମଧ୍ୟ ଅନୁମତି ଦେଇଛନ୍ତି।

ସୂଚନାଯୋଗ୍ୟ, ପୋଲିସ କୋର୍ଟରେ ୧୦ ଦିନିଆ ରିମାଣ୍ଡ ଦାବି କରିଥିଲା। ତେବେ ଅଦାଲତ ପାଞ୍ଚ ଦିନିଆ ରିମାଣ୍ଡ ଅବଧିକୁ ମଞ୍ଜୁରୀ ଦେଇଛନ୍ତି।  ପୋଲିସ ଅଫତାବଙ୍କୁ ଉତ୍ତରାଖଣ୍ଡ ଏବଂ ହିମାଚଳ ନେବାକୁ ଚାହୁଁଛି, ଯେଉଁଠାକୁ ଅଫତାବ ଶ୍ରଦ୍ଧାଙ୍କୁ ବୁଲାଇବାକୁ ନେଇଥିଲା। ମାମଲାର ଶୁଣାଣି ପୂର୍ବରୁ ସାକେତ କୋର୍ଟ ବାହାରେ ଓକିଲମାନେ ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ବିରୋଧରେ ନାରାବାଜି କରିଛନ୍ତି। ଅଫତାବକ ଫାଶି ଦଣ୍ଡ ଦିଆଯାଉ  ବୋଲି ଓକିଲମାନେ ଦାବି କରିଛନ୍ତି।

ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବ ଅମିନ୍ ପୁନାଓ୍ଵଲାର ଜଣେ  ପଡୋଶୀ ଖୁଲାସା କରିଛନ୍ତି ଯେ, ଅଫତାବ ନିଜର ଫ୍ଲାଟର କବାଟ ସର୍ବଦା ବନ୍ଦ ରଖୁଥିଲା। ଶ୍ରଦ୍ଧାଙ୍କୁ କେବଳ ଥରୁଟିଏ ଦେଖିଥିଲେ ବୋଲି ପଡୋଶୀ କହିଛନ୍ତି। ଅଫତାବର ପଡୋଶୀ ରାଜେଶ କହିଛନ୍ତି ଯେ, ଶ୍ରଦ୍ଧା-ଅଫତାବ ଯେବେଠୁ ଏହାକୁ ସିଫ୍ଟ ହୋଇଛନ୍ତି, ମୁଁ କେବଳ ଉଭୟଙ୍କୁ ଥରୁଟିଏ ଦେଖିଥିଲି। ଅଫତାବ ଏବଂ ଶ୍ରଦ୍ଧା ନିଜ ଫ୍ଲାଟ୍‌ର କବାଟ ସର୍ବଦା ବନ୍ଦ ରଖୁଥିଲେ। କିନ୍ତୁ ଅଫତାବଙ୍କୁ ସେ ସର୍ବଦା ଦେଖୁଥିଲେ ବୋଲି ରାଜେଶ କହିଛନ୍ତି। କାରଣ ଅଫତାବ ସର୍ବଦା ଅର୍ଡର ନେବା ପାଇଁ ବାହାରକୁ ଆସୁଥିଲା।

ଦିଲ୍ଲୀ ପୋଲିସର ସୂତ୍ର ଅନୁଯାୟୀ, ଅଫତାବ ପୋଲିସ ସାମ୍ନାରେ ଆଉ ଏକ ଦୋଷ ସ୍ଵୀକାର କରିଛି। ପୋଲିସ୍ କହିଛି, ଶ୍ରଦ୍ଧାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କାଟିବାପରେ ପରିଚୟ ଲୁଚାଇବା ପାଇଁ ଚେହେରାକୁ ଜଳାଇ ଦେଇଥିଲା। ଶରୀରକୁ ୩୫ ଖଣ୍ଡ କାଟି ଫ୍ରିଜରେ ରଖିଥିଲା ଏବଂ ରାତିରେ ଛପି ଛପି ଯାଇ ଜଙ୍ଗଲରେ ଫିଙ୍ଗୁଥିଲା।

Related Articles

Back to top button