ନିର୍ବାଚନ ଆୟୋଗଙ୍କୁ ଦିଆଯାଉ ଲୋକସଭା ଓ ରାଜ୍ୟସଭା ଭଳି ସ୍ୱାଧିନ କ୍ଷମତା, ସୁପ୍ରିମକୋର୍ଟରେ ପିଟିସନ୍‌ ଦାଖଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କୁ ଦିଆଯାଉ ଲୋକସଭା ଓ ରାଜ୍ୟସଭା ଭଳି କ୍ଷମତା। ଏନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ ହୋଇଛି। ଏଥିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ, ମୁଖ୍ୟବିଚାରପତି ଏବଂ ବିପକ୍ଷ ନେତାଙ୍କ ଏକ କଲେଜିୟମ ଦ୍ୱାରା ମୁଖ୍ୟ ନିର୍ବାଚନ ଆୟୋଗ(ସିଇସି) ଏବଂ ନିର୍ବାଚନ ଆୟୋଗ(ଇସି) ନିଯୁକ୍ତି କରାଯାଉ। ଏହା ସହିତ ସିଇସି ଏବଂ ଇସିଙ୍କୁ ସମାନ ସଂରକ୍ଷଣ ବ୍ୟବସ୍ଥା ଦିଆଯାଉ।

ଏହା ସହିତ ଲୋକସଭା ଏବଂ ରାଜ୍ୟସଭା ପରି ସିଇସିଙ୍କର ସ୍ୱତନ୍ତ୍ର ସଚିବାଳୟ ହେଉ ଏବଂ ସ୍ୱତନ୍ତ୍ର ବଜେଟ୍ ହେଉ ବୋଲି ମଧ୍ୟ ଅପିଲ୍ କରାଯାଇଛି। ସେହିପରି ନିର୍ବାଚନ ଆୟୋଗଙ୍କୁ ସମାନ ଅଧିକାର ଦିଆଯାଉ ଓ ପଦବୀରୁ ହଟାଇବା ପାଇଁ ମହାଅଭିଯୋଗ ପ୍ରକ୍ରିୟା କରାଯାଉ।

ପିଟିସନରେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ବିଚାରପତିଙ୍କ ନିଯୁକ୍ତି ଉଦାହରଣ ଦେଇ କୁହାଯାଇଥିଲା ଯେ, ମୁଖ୍ୟ ନିର୍ବାଚନ ଆୟୋଗ ଏବଂ ନିର୍ବାଚନ ଅୟୋଗଙ୍କ ନିଯୁକ୍ତି ପାଇଁ ମଧ୍ୟ ଏଭଳି ନିୟମ ହେବା ଉଚିତ୍। ଏହା ସହିତ ତାଙ୍କ ପାଇଁ ସଚିବାଳୟ ଏବଂ ଲୋକସଭା ପରି ବଜେଟ୍ ହେଉ। ସେହିପରି ନିର୍ବାଚନ ଆୟୋଗଙ୍କୁ ପଦରୁ ହଟାଇବା ନିୟମ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପରି ହେଉ। ସିଇସିଙ୍କୁ କେବଳ ମହାଅଭିଯୋଗ ମାଧ୍ୟମରେ ପଦରୁ ହଟାଯାଉ।

Related Articles

Back to top button