ନଅ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ
ରାଞ୍ଚି: ବେଆଇନ ଖଣି ଦୁର୍ନୀତି ମାମଲାରେ ନଅ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଅବୈଧ ଖଣି ଖନନ ମାମଲାରେ ତାଙ୍କୁ ଜେରା ନେଇ ଅନେକବାର ନୋଟିସ ପରେ ସେ ଜେରାପାଇଁ ରାଜି ହୋଇଥିଲେ । ଏହି ମାମଲାରେ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଥିଲା । ଇଡିରେ ହାଜର ହେବା ପୂର୍ବରୁ ସୋରେନ କହିଥିଲେ ତାଙ୍କୁ ମିଛ ମାମଲାରେ ଫସାଯାଉଛି ।
ଅଫିସ ବାହାରେ ଶତାଧିକ ସମର୍ଥକ ତାଙ୍କୁ ଅପେକ୍ଷା କରି ରହିଥିଲେ । ରାଞ୍ଚିରେ ଜେଏମଏମ ନେତା ଓ ସମର୍ଥକମାନେ ଏକାଠି ହୋଇ ସୋରେନଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିଲେ । ଇଡି ସମନ କରିବା ପରେ ଗତକାଲିଠାରୁ ଶାସକ ଏବଂ ବିରୋଧୀ ଦଳଙ୍କ ମଧ୍ୟ ପରସ୍ପର ବିରୋଧରେ ବୟାଜ ବାଜି ଜାରି ରହିଛି । ବେଆଇନ ଖଣି ଖନନ, ମନି ଲଣ୍ଡରିଂ ମାମଲାରେ ପୂର୍ବରୁ ଇଡି ଏକାଧିକ ଗିରଫଦାରୀ କରିସାରିଛି । ତେଣୁ ହେମନ୍ତଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଇ ଦୁଇମାସ ହେଲା ଆଲୋଚନା ହେଉଛି ।