୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବେଲପଡା ତହସିଲ ସେକ୍ସନ ଅଫିସର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବେଲପଡା ତହସିଲର ସେକ୍ସନ ଅଫିସର ଜୁଗଲ କିଶୋର ରାଉତ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜମିଜମା ସମ୍ପର୍କିତ ଫାଇଲ୍ କାମ କରାଇଦେବା ପାଇଁ ସେ ଅଭିଯୋଗକାରୀଙ୍କ ଠାରୁ ୧୫ ହଜାର ଟଙ୍କା ନେଉଥିଲେ । ଟଙ୍କାତକ ତାଙ୍କ ଠାରୁ ଭିଜିଲାନ୍ସ ଜବତ କରିଛି । ଏହାକୁ ଭିତ୍ତି କରି ତାଙ୍କର ଦୁଇଟି ଠିକଣାରେ ବି ଭିଜିଲାନ୍ସ ପହଞ୍ଚି ତନଖି କରୁଛି । ସମ୍ୱଲପୁର ଭିଜିଲାନ୍ସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

Related Articles

Back to top button