ପୁଣି ଥରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆସନ୍ତା ମାସରେ ନିଜ ଗାଁ ପାହାଡ଼ପୁର ଯିବା ନେଇ ସୂଚନା

ଭୁବନେଶ୍ୱର: ଆସନ୍ତା ମାସରେ ପୁଣି ଥରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଡିସେମ୍ବର ୧୫ ତାରିଖରେ ରାଷ୍ଟ୍ରପତି ତାଙ୍କର ନିଜ ଗାଁ ପାହାଡ଼ପୁରକୁ ଆସିବେ ବୋଲି ସୂଚନା ମିଳିଛି। ପାହାଡ଼ପୁର ଆସିବେ ବୋଲି ରାଷ୍ଟ୍ରପତିଙ୍କ ନିକଟତମ ମହଲରୁ ସୂଚନା ମିଳିଛି। ତେବେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ରାଷ୍ଟ୍ରପତି ଭବନରୁ କୌଣସି ସୂଚନା ମିଳି ନାହିଁ।

ଗତମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ଭାରତର ରାଷ୍ଟ୍ରପତି ଭାବେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତଥିଲା। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ଭୁବନେଶ୍ବରରେ ତାଙ୍କ ସମ୍ମାନରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଠାରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଦ୍ୱାରା ତାଙ୍କୁ ସମ୍ମାନିତ କରାଯାଇଥିଲା।

ଗସ୍ତର ଶେଷ ଦିନରେ ତପୋବନ ଉଚ୍ଚ ବିଦ୍ୟାଳୟ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ୟୁନିଟ-୨ସ୍ଥିତ କୁନ୍ତଳା କୁମାର ସାବତ ଆଦିବାସୀ ବାଳିକା ଛାତ୍ରାବାସ ପରିଦର୍ଶନ କରିଥିଲେ।

Related Articles

Back to top button