ୟୁକ୍ରେନରେ ପହଞ୍ଚିଲେ ବ୍ରିଟିଶ ପିଏମ ଋଷି ସୁନକ, ରକ୍ଷା ସହାୟତା ଘୋଷଣା କଲେ

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ନିଜର ପ୍ରଥମ ବିଦେଶ ଯାତ୍ରାରେ ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ପହଞ୍ଚିଛନ୍ତି ଋଷି ସୁନକ । ଏଠାରେ ସେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଛନ୍ତି । ଜେଲେନସ୍କିଙ୍କ ବୈଠକ ପରେ ୟୁକ୍ରେନ ପାଇଁ ସୁନକ ନୂଆ ପ୍ରତିରକ୍ଷା ସହାୟତା ବାବାଦକୁ ୫୦ ମିଲିୟନ ପାଉଣ୍ଡ ଘୋଷଣା କରିଛନ୍ତି । ୟୁକ୍ରେନକୁ ଦିଆଯିବାକୁ ଥିବା ଏହି ରକ୍ଷା ସହାୟତାରେ ୧୨୫ ଆଣ୍ଟି ଏୟାରକ୍ରାଫ୍ଟ, ବନ୍ଧୁକ, ରଡାର ଏବଂ ଆଣ୍ଟି ଡ୍ରୋନ ଏବଂ ଘାତକ ଡ୍ରୋନର ମୁକିବାଲ ପାଇଁ ଡିଫେନ୍ସ ସିଷ୍ଟମ ସାମିଲ ଅଛି ।

ରାଷ୍ଟ୍ରପତି ଜେଲେନସ୍କି ନିଜ ଫେସବୁକ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ସୁନକଙ୍କ ସହ ହୋଇଥିବା ବୈଠକ କଥା ସୂଚନା ଦେଇଛନ୍ତି । ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରଠାରୁ ବ୍ରିଟେନ ଏହାର ଏକ ଘନିଷ୍ଠ ସହଯୋଗୀ ଭାବେ ଛିଡା ହୋଇରହିଛି । ଏହି ପୋଷ୍ଟ ସହ ଜେଲେନସ୍କି ଲେଖିଛନ୍ତି, ‘ଆଜିର ବୈଠକରେ ଆମେ ଆମ ଦେଶ ଏବଂ ବିଶ୍ୱର ସୁରକ୍ଷା ଉପରେ ଆଲୋଚନା କରିଛୁ’।

ଅନ୍ୟପଟେ ସେହି ଭିଡିଓକୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ସୁନକ ଲେଖିଛନ୍ତି, ‘ସ୍ୱାଧୀନତା ପାଇଁ ଲଢେଇ ଅର୍ଥ କଣ ତାହା ବ୍ରିଟେନ ଜାଣିଛି । ତାଙ୍କ ଦେଶ ଆରମ୍ଭରୁ ୟୁକ୍ରେନ ସହ ଠିଆ ହୋଇଥିବାରୁ ଗର୍ବିତ’।

 

Related Articles

Back to top button