ଏଣିକି ସପ୍ତାହରେ ଦୁଇ ଦିନ ଚାଲିବ ବିବେକ୍ ଏକ୍ସପ୍ରେସ

ନୂଆଦିଲ୍ଲୀ:  ଏଣିକି ସପ୍ତାହରେ ଦୁଇ ଦିନ ଚାଲିବ ଦେଶର ସବୁଠାରୁ ଲମ୍ବା ଯାତ୍ରା କରୁଥିବା ଟ୍ରେନ୍ । ବିବେକ୍ ଏକ୍ସପ୍ରେସକୁ ସପ୍ତାହରେ ଦୁଇ ଥର ଚଲାଇବାକୁ ନିଷ୍ପତ୍ତି ନେଇଛି ରେଳ ବିଭାଗ । ପୂର୍ବରୁ ଏହି ଟ୍ରେନ୍ ମାତ୍ର ଗୋଟିଏ ଦିନ ଚାଲୁଥିଲା । ଆସାମରୁ ଯାତ୍ରା ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ଚାଲୁଛି ଏହି ଟ୍ରେନ୍ ।

ବିଶ୍ବର ତୃତୀୟ ସ୍ଥାନରେ ରହିଛି ଭାରତୀୟ ରେଲଓ୍ବେ । ଭାରତରେ ସବୁଠୁ ଲମ୍ବା ଯାତ୍ରା କରୁଥିବା ଟ୍ରେନ୍ ମଧ୍ୟରେ ବିବେକ୍ ଏକ୍ସପ୍ରେସ୍ ଅନ୍ୟତମ । ବିବେକ୍ ଏକ୍ସପ୍ରେସକୁ ନେଇ ଆସିଛି ଖୁସି ଖବର । ସପ୍ତାହରେ ଦୁଇ ଦିନ ସେବା ଯୋଗାଇବ ବିବେକ୍ ଏକ୍ସପ୍ରେସ । ରେଳଯାତ୍ରୀଙ୍କ ଦାବିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି ।

୨୦୧୧ ନଭେମ୍ବର ୧୯ ତାରିଖରେ ବିବେକ୍ ଏକ୍ସପ୍ରେସ ଯାତ୍ରା ଆରମ୍ଭ କରିଥିଲା । ଉତ୍ତର ଆସାମର ଡେବ୍ରୁଗଡ଼ ଷ୍ଟେସନରୁ ବାହାରି ତାମିଲନାଡୁର କନ୍ୟାକୁମାରୀ ପର୍ଯ୍ୟନ୍ତ ୪ ହାଜର ୨୭୩ କିଲୋମିଟର ଯାତ୍ରା କରୁଥିଲା । ସପ୍ତାହରେ ଗୋଟିଏ ଦିନ ତଥା ପ୍ରତି ଶିନିବାର ଏହି ଟ୍ରେନ୍ ସେବା ଯୋଗାଇ ଆସୁଛି । ସେହିପରି ବିପରୀତ ଦିଗ ତଥା କନ୍ୟାକୁମାରୀରୁ ଗୁରୁବାର ବାହାରୁଥିଲା ଟ୍ରେନ୍ । ହେଲେ ରେଳ ବିଭାଗ ଏହି ଟ୍ରେନକୁ ସପ୍ତାହରେ ଦୁଇ ଥର ଚଲାଇବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ୨୨ ତାରିଖରୁ ମଙ୍ଗଳବାର ଠାରୁ ଅତିରିକ୍ତ ଗୋଟିଏ ଦିନ ଚାଲିବ ଟ୍ରେନ୍ । ଡେବ୍ରୁଗଡ଼ରୁ ମଙ୍ଗଳବାର ଓ ଶନିବାର ଏବଂ କନ୍ୟାକୁମାରୀରୁ ଗୁରୁବାର ଓ ରବିବାର ଚାଲିବ ଟ୍ରେନ୍ ।

Related Articles

Back to top button