ଗରୁଡ ସ୍ତମ୍ବ ଦୁର୍ବଳ ହେଉଛି, ସୁରକ୍ଷାକୁ ନେଇ ଚିଠି ଲେଖିଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ

ପୁରୀ: ଶ୍ରୀମନ୍ଦିର ନାଟମଣ୍ଡପ ସ୍ଥିତ ଗରୁଡ ସ୍ତମ୍ବ ଦିନକୁଦିନ କ୍ଷୟ ହେବାରେ ଲାଗିଛି । ଯାହାର ସୁରକ୍ଷାକୁ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଏକ ଚିଠି ଲେଖିଛନ୍ତି। ତେବେ ଆଗାମୀ ଦିନରେ ଗରୁଡ ସ୍ତମ୍ଭକୁ ଛୁଇଁ ପାରିବେ କି ନାହିଁ ଭକ୍ତ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।‌

ଖବର ଅନୁଯାୟୀ, ବର୍ଷ ବର୍ଷ ଧରି ଦୂରଦୂରାନ୍ତର ଭକ୍ତ ଶ୍ରୀମନ୍ଦିରକୁ ଆସି ପ୍ରଥମେ ଗରୁଡ ସ୍ତମ୍ବକୁ ସ୍ପର୍ଷ କରି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରୁଛନ୍ତି। ଭକ୍ତ ମାନେ ଗରୁଡ ସ୍ତମ୍ବକୁ ବାରମ୍ବାର କୋଳାଗ୍ରତ କରିବା ଦ୍ୱାରା ଏହାର ମୋଟେଇ ପତଳା ହେବା ସହ ସ୍ତମ୍ବଟିର ସ୍ଥାୟିତ୍ବ ପ୍ରତି ବିପଦ ଦେଖାଦେଇଥିବା ନେଇ ଚିଠିରେ ଉଲ୍ଲେଖ ରହିଛି। ଗରୁଡ ସ୍ତମ୍ଭ ଚାରିପଟ ଏସ୍ଏସ୍ ଷ୍ଟିଲ ବୁଲାଯାଇ ରୂପା ଚାଦର ଆଛାଦନ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି। ଯେଉଁ ଥିରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଗରୁଡ଼ ସ୍ତମ୍ଭକୁ ଛୁଇଁ ବା ଦ୍ବାରା ଏଥିରେ କ୍ଷତି ପହଞ୍ଚୁଛି। ତେଣୁ ଏହାକୁ ଆବଦ୍ଧ କରାଯାଉ।

ତେବେ ଏହି ପ୍ରସଙ୍ଗ ନେଇ ଛତିଶାନିଯୋଗ ନାୟକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ସେବାୟତଙ୍କୁ ନେଇ ପୂର୍ବରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିନାହିଁ ବୋଲି ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି। ଏହା ଭକ୍ତର ଭାବାବେଗକୁ ଆଘାତ ପହଞ୍ଚାଇବ ବୋଲି ସେବାୟତମାନେ ବୈଠକରେ ଦାବୀ କରିଥିଲେ।

ସେହିପରି ଭାରତ ସରକାରଙ୍କ ପୂର୍ବତନ ଏଏସ୍ଆଇ ନିର୍ଦ୍ଦେଶକଙ୍କ ମତରେ, ଏହି ଗରୁଡ ସ୍ତମ୍ଭଟି ଚନ୍ଦନକାଠର ଜୀବାସ୍ମରେ ନିର୍ମିତ ହୋଇଛି। ଏହାର ଯତ୍ନ ନେବା ନିହାତି ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ଲକ୍ଷ ଲକ୍ଷ ଭକ୍ତ ଗରୁଡ ସ୍ତମ୍ବକୁ ସ୍ପର୍ଷ କରିବା ଫଳରେ ଏହାର କ୍ଷତି ଘଟୁଛି। ସେପଟେ ଏଏସ୍ଆଇର ନିର୍ଦ୍ଦେଶକ ଏସ୍ କେ ପଟେଲଙ୍କ ପ୍ରସ୍ତାବ ଭିତ୍ତିରେ ଏହାକୁ ବନ୍ଦ କରିବା ସମ୍ପର୍କରେ ବୈଠକରେ କୌଣସି ନିଷ୍ପତ୍ତି ହୋଇନାହିଁ। କିନ୍ତୁ ଗରୁଡ ସ୍ତମକୁ ବୃତ୍ତାକାର ଭାବରେ ଘୋଡାଇବା ସହ ରୂପା ଚାଦାର ଆଛାଦନ କରିବା ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଗତ ୧୪ ନଭେମ୍ବର ୨୦୨୨ରେ ଲେଖିଥିବା ଚିଠିରୁ ସ୍ପଷ୍ଟ ହେଉଛି।

Related Articles

Back to top button