ବୁର୍ଜ ଖଲିଫାରେ ‘ଭେଡିୟା’ ଟ୍ରେଲର ଭିଡିଓ ପ୍ରଦର୍ଶିତ

ମୁମ୍ବାଇ: ବରୁଣ ଧୱନ ଓ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଭେଡିୟା’ ଏବେ ଖୁବ ଚର୍ଚ୍ଚାରେ । ଏବେ ଲଗାତାର ଏହି ଫିଲ୍ମକୁ ନେଇ କିଛି ନା କିଛି ଅପଡେଟ୍ସ ସାମ୍ନାକୁ ଆସୁଛି । ଖୁବଶୀଘ୍ର ଏହା ରିଲଜ୍ ହେବାକୁ ଯାଉଛି । ଏହାକୁ ନଜରରେ ରଖି ଉଭୟ ଷ୍ଟାର ଫିଲ୍ମର ରିଲିଜରେ ଯୋରସୋରରେ ଲାଗି ପଡିଛନ୍ତି । ଏହାରି ଭିତରେ ବରୁଣ ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ଫିଲ୍ମ ‘ଭେଡିୟା’ର ଭିଡିଓ ବୁର୍ଜ ଖଲିଫାରେ ଦେଖିବାକୁ ମିଳିଛି ।
ଭିଡଓଟି ଖୁବ୍ ସୁନ୍ଦର ହୋଇଥିବା ବେଳେ ଏହାକୁ ଦେଖି ଦର୍ଶକେ ଖୁବ୍ ଖୁସି ହୋଇଯାଇଛନ୍ତି । ବରୁଣ ଓ କ୍ରିତି ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଥିବା ବେଳେ ଏମାନଙ୍କର ଗୋଟିଏ ଉଦ୍ଦେଶ୍ୟ କେମିତି ଫିଲ୍ମଟି ଅଧିକାରୁ ଅଧି ଦର୍ଶକଙ୍କ ନିକଟରେ ପହଞ୍ଚି ପାରିବ । ନିର୍ମାତା ନିର୍ଦ୍ଦେଶକ ବି ଫିଲ୍ମର ପ୍ରଚାର ପ୍ରସାରରେ ଲାଗି ପଡିଛନ୍ତି । ଏହାରି ଭିତରେ ଡାଇରେକ୍ଟର ଅମର କୌଶିକ ଦୁବଇର ସବୁଠାରୁ ବଡ ଟାୱାର ବୁର୍ଜ ଖଲିଫାରେ ‘ଭେଡିୟା’ର ଟ୍ରେଲର ଜାରି କରିଛନ୍ତି । ଏହାକୁ ଦେଖିବା ପରେ ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଏକ୍ସାଇଟମେଣ୍ଟ ବଢିଯାଇଛି ।
ସୂଚନାଯୋଗ୍ୟ, ବରୁଣ ଯେଉଁ ଭିଡିଓ ଶେୟାର କରିଛନ୍ତି ସେଥିରେ ସେ ଓ ନାୟିକା କ୍ରିତି ବୁର୍ଜ ଖଲିଫାଠାରୁ କିଛି ଦୂରରେ ରହି ଭିଡିଓ ଶୁଟ କରୁଥିବା ଦେଖାଯାଇଛି । ଏହାସହ ଏମାନଙ୍କ ଚାରିପଟେ ପ୍ରଶଂସକଙ୍କ ଭିଡ ଲାଗିଛି । ଏହାପରେ ବରୁଣ ବୁର୍ଜ ଖଲିଫା ଆଡକୁ ଇସାରା କରୁଛନ୍ତି । ଏହି ଭିଡିଓ ଶେୟାର କରି ଲେଖିଛନ୍ତି ବୁର୍ଜ ଖଲିଫାରେ ଭେଡିୟାର ଭିଡିଓ ଦେଖି ଏତେ ଏକ୍ସାଇଟେଡ ହୋଇ ଯାଇଥିଲେ ଯେ ତାଙ୍କ ହାତରୁ ଫୋନ ଖସି ପଡିଥିଲା ।

Related Articles

Back to top button