ଭାରତୀୟ ସେନାକୁ ବିବାହ ନିମନ୍ତ୍ରଣ କାର୍ଡ ପଠାଇଲେ ଦମ୍ପତି, ସୋସିଆଲ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ : ସମସ୍ତେ ନିଜର ବିବାହକୁ ଖାସ୍ କରିବା ପାଇଁ କିଛି ନାଁ କିଛି ଉପାୟ ଆପଣାଇ ଥାଆନ୍ତି । ସୁନ୍ଦର ଆଲୋକ ସାଜସଜ୍ଜା ସାଙ୍ଗକୁ ନିଜ ବନ୍ଧୁ ପରିଜନଙ୍କୁ ନିମନ୍ତ୍ରଣ କରି ବିବାହର ଦିନଟିକୁ ସ୍ବତନ୍ତ୍ର କରିଥାନ୍ତି । ଏହାରି ଭିତରେ ଏହି ବିବାହରେ କିଛି ନିଆରା ଘଟଣା ଦେଖିବାକୁ ମିଳିଛି ।

ବିବାହ ପାଇଁ ସେନା କର୍ମଚାରୀଙ୍କୁ ନିମନ୍ତ୍ରଣ କରି ଚର୍ଚ୍ଚାରେ ଦମ୍ପତ୍ତି ।  ଆପଣ ଭାବୁଥିବେ ସେନା କର୍ମଚାରୀଙ୍କୁ ବିବାହରେ ନିମନ୍ତ୍ରଣ କରିବା ଏଥିରେ ନୂଆ କଥା କଣ ରହିଛି ? ସତ କଥାଟି ହେଲା ଏହି ବିବାହରେ ନିଜ ସମ୍ପର୍କୀୟ ସେନା କମର୍ଚାରୀ ନୁହଁନ୍ତି ବରଂ ସମଗ୍ର ଭାରତୀୟ ସେନାକୁ ବିବାହ କାର୍ଡ ପଠାଇ ନିମନ୍ତ୍ରଣ କରାଯାଇଛି । ଏଭଳି ନିଆରା ବିବାହ ଦେଖିବାକୁ ମିଳିଛି କେରଳରେ । କେରଳର ଜଣେ ଦମ୍ପତି ତାଙ୍କ ନିଜ ବିବାହ ପାଇଁ ଭାରତୀୟ ସେନା ମାନଙ୍କୁ ନିମନ୍ତ୍ରଣ କରିଥିଲେ। ଯାହା ସୋଶିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବିବାହ ନିମନ୍ତ୍ରଣର ଏକ ଫଟୋ ଘୂରି ବୁଲୁଛି  ।

ରାହୁଲ ଏବଂ କାର୍ତ୍ତିକା ସେମାନଙ୍କ ବିବାହ ନିମନ୍ତ୍ରଣ ପତ୍ର ସହିତ ଏକ ହସ୍ତଲିଖନ ନୋଟ୍ ଭାରତୀୟ ସେନାକୁ ପଠାଇଥିଲେ। ସେଥିରେ ସେ ଲେଖିଛନ୍ତି, ‘ଆମେ ୧୦ ନଭେମ୍ବରରେ ବିବାହ କରୁଛୁ। ଆମ ଦେଶ ପ୍ରତି ଆପଣମାନଙ୍କ ପ୍ରେମ, ନିଷ୍ଠା ଏବଂ ପ୍ରକୃତ ଦେଶପ୍ରେମ ପାଇଁ ଆମେ କୃତଜ୍ଞ । ଆପଣଙ୍କ ପାଇଁ ଆମେ ସୁରକ୍ଷିତ ରହିବା ସହ ଶାନ୍ତିରେ ଶୋଇଥାଉ । ଆମ ପ୍ରିୟଜନଙ୍କ ସହିତ ଆମକୁ ଖୁସିର ଦିନ ଦେଇଥିବାରୁ ଧନ୍ୟବାଦ। ଆପଣଙ୍କ ହେତୁ, ଆମେ ଖୁସିରେ ବିବାହ କରୁଛୁ। ଆମର ବିଶେଷ ଦିନରେ ଆପଣଙ୍କୁ ନିମନ୍ତ୍ରଣ କରି ଆମେ ବହୁତ ଖୁସି। ଆମେ ଆପଣମାନଙ୍କ ଉପସ୍ଥିତି ଏବଂ ଆଶୀର୍ବାଦ କାମନା କରୁଛୁ। ଆମକୁ ସୁରକ୍ଷା ଦେଇଥିବାରୁ ଧନ୍ୟବାଦ।”  ।

Related Articles

Back to top button