ବିଧାନସଭାରୁ କୋଭିଡ କଟକଣା ହଟିଲା, ସାମ୍ବାଦିକ ମାନଙ୍କୁ ପ୍ରେସ ଗ୍ୟାଲେରୀ ଯିବାକୁ ଅନୁମତି
ଭୁବନେଶ୍ୱର: କୋଭିଡ ମହାମାରୀ ପାଇଁ ବିଧାନସଭାରେ ବହୁ କଟକଣା ଲାଗୁ କରାଯାଇଥିଲା । ବର୍ତ୍ତମାନ ଏହି ସବୁ କଟକଣାକୁ ସମ୍ପୁର୍ଣ୍ଣ ଭାବେ ହଟାଇ ଦିଆଯାଇଛି । ଏଥର ବିଧାନସଭାରେ ସନ୍ଧ୍ୟା ୭ଟା ଯାଏଁ ଗୃହ ଚାଲିବାକୁ ଥିବା ବେଳେ ସାମ୍ବାଦିକ ମାନଙ୍କୁ ପ୍ରେସ ଗ୍ୟାଲେରୀ ରେ ଭିତରକୁ ଯିବାକୁ ଅନୁମତି ମିଳିବ । ଏହାର ସୂଚନା ଦେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଆଜି ବିଧାନସଭା ପାଇଁ ସର୍ବଦଳୀୟ ବୈଠକ ଡାକାଯାଇଥିଲା । ଯେଉଁଥିରେ କୁହାଯାଇଛି ଯେ ଚଳିତ ଥର କଟକଣାରେ ନୁହେଁ ବର ସ୍ୱଭାବିକ ଭାବେ ଗୃହ ଚାଲିବ ।
ସୂଚନା ମୁତାବକ ଆସନ୍ତା ନଭେମ୍ବର ୨୪ରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବିଧାନସଭାର ଶୀତକାଳିନ ଅଧିବେଶନ । ଶୀତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି । ଏହି ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଅତିରିକ୍ତ ବଜେଟ ଆଗତ କରିପାରନ୍ତି ବୋଲି ସୂଚନା ମିଳିଛି । ଏଥିପାଇଁ ଖୁବ ଜୋରରେ ପ୍ରସ୍ତୁତି ଲାଗି ରହିଛି ।