ସାଲେପୁର ଥାନା ବିଶେଶ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ମୂର୍ତ୍ତି ଚୋରି ଅଭିଯୋଗ

ସାଲେପୁର: କଟକ ଜିଲ୍ଲା ସାଲେପୁର ଥାନା ବିଶେଶ୍ୱର ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ୟଧିକ ଟଙ୍କାମୂଲ୍ୟର କଳାମୁଗୁନିପଥର ନାରାୟଣ ମୂର୍ତ୍ତି ଚୋରି। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।

ରବିବାର ସଂଧ୍ୟାରେ ମନ୍ଦିରର ପୂଜକ ପୂଜାର୍ଚ୍ଚନାସାରି ମନ୍ଦିରରେ ତାଲା ପକାଇ ଯାଇଥିଲେ । ହେଲେ ଆଜି ସକାଳୁ ପୂଜକ ପୂଜାର୍ଚ୍ଚନା କରିବାକୁ ଆସିଥିବା ବେଳେ କେହି ଦୁର୍ବୁତ୍ତ ମନ୍ଦିରର ତାଲାଭାଙ୍ଗି ବହୁ ପୁରାତନ ଦୁର୍ଲ୍ଲଭମୂଲ୍ୟର କଳା ମୁଗୁନିପଥରର ନାରାୟଣଙ୍କ ମୃତ୍ତିକୁ ଚୋରି କରିନେଇଯାଇଥିବା ଦେଖିବାକୁ ପାଇଥିଲେ । ଚୋରି ହୋଇଥିବା କଳାମୁଗୁନି ପଥରର ନାରାୟଣ ମୂର୍ତ୍ତିର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏ ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସାଲେପୁର ଥାନାରେ ଅଭିଯୋଗ କରାଯାଇଛି ।

ଅଭିଯୋଗ ପରେ ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ ଗତ କିଛିଦିନ ତଳେ ଏହି ଅଂଚଳର ପ୍ରସିଦ୍ଧ ଆରଧ୍ୟଦେବୀ ବଟେଶ୍ୱର ଭଗବତୀଙ୍କ ମନ୍ଦିରରୁ ୩କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଅଷ୍ଟଧାତୁର ମୂର୍ତ୍ତି ଚୋରି ହୋଇଥିବା ବେଳେ ଏହାର କିଛି ଦୂରରେ ଅବସ୍ଥିତ ବିଶେଶ୍ୱର ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ପୁଣି ଚୋରୀ ହେବା ସାଲେପୁର ପୋଲିସର ପାରିବାପାଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Related Articles

Back to top button