ପାୱାର ରେଞ୍ଜର୍ସ ଷ୍ଟାର ଜେସନ ଡେଭିଡ୍‌ଙ୍କ ଦେହାନ୍ତ

ମୁମ୍ଵାଇ: ଅରିଜନଲ ପାୱାର ରେଞ୍ଜର୍ସ ଷ୍ଟାର ଜେସନ ଡେଭିଡ ଫ୍ରାଙ୍କଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ବେଳକୁ ପାଖାପାଖି ୪୯ ବର୍ଷ ହୋଇଥିଲା।  ରିପୋର୍ଟ ଅନୁଯାୟୀ କୁହା୍ଯାଉଛି କି ସେ ଆତ୍ମହତ୍ୟା କରିଛନ୍ତି। ଅନ୍ୟପକ୍ଷରେ ପାୱାର ରେଞ୍ଜର୍ସର କୋ-ଷ୍ଟାର ୱାଲ୍ଟର ଇ ଜୋନ୍ସ ଇନଷ୍ଟାଗ୍ରାମରେ ଏହି ଖବରକୁ ନିଶ୍ଚିତ କରି ଗଭୀର ସମବେଦନା ଜଣାଇଛନ୍ତି।

ଅଭିନେତା ଏଜେଣ୍ଟ ଜଷ୍ଟିନ ହଣ୍ଟ ଏକ ବିବୃତ୍ତିରେ କହିଛନ୍ତି ଯେ ଏହି କଷ୍ଟ ସମୟରେ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ଗୋପନୀୟତାକୁ ସମ୍ମାନ ଦେବା ଜରୁରୀ ଅଟେ । ଯେହେତୁ ଆମେ ଏପରି ଜଣେ ପ୍ରିୟ ବ୍ୟକ୍ତିଙ୍କୁ ହରାଇ ଦୁଃଖ ପ୍ରକାଶ କରୁଛୁ। ସେ ତାଙ୍କର ପ୍ରିୟଜନ, ବନ୍ଧୁ ଏବଂ ପ୍ରଶଂସକଙ୍କ ପାଇଁ ସମସ୍ତ ଜିନିଷ ଦେଇଥିଲେ ।

ଶୋ’ର ପ୍ରଥମ ସିଜନରେ ଫ୍ରାଙ୍କ ଟମି ଅଲିଭର ଭୂମିକାରେ ଅଭିନୟ କରିଥିଲେ। ଯାହା ୨୮ଅଗଷ୍ଟ ୧୯୯୩ ରୁ ୨୭ ନଭେମ୍ବର ୧୯୯୫ ପର୍ଯ୍ୟନ୍ତ ଚାଲିଥିଲା। ୧୪୫ ଏପିସୋଡ୍ ଏହାର ଟେଲିକାଷ୍ଟର ତିନୋଟି ସେସନରେ ପ୍ରସାରିତ ହୋଇଥିଲା । ଗ୍ରୀନ୍ ରେଞ୍ଜର ଭାବରେ ତାଙ୍କର ଭୂମିକା ୧୪ ଏପିସୋଡ୍ ପରେ ସମାପ୍ତ ହେଲା । କିନ୍ତୁ ତାଙ୍କର ପ୍ରଶଂସକଙ୍କ ଲୋକପ୍ରିୟତା ହେତୁ ତାଙ୍କୁ ଅନ୍ୟ ସିରିଜ୍‌ ପାଇଁ ହ୍ଵାଇଟ ରେଞ୍ଜର ଭାବରେ ଡକାଯାଇଥିଲା।

Related Articles

Back to top button