ଫିଫା ବିଶ୍ୱକପ: ଆର୍ଜେଣ୍ଟିନାକୁ ୨-୧ରେ ହରାଇଲା ସାଉଦି ଆରବ, ସାଉଦିରେ ଛୁଟି ଘୋଷଣା
ନୂଆଦିଲ୍ଲୀ: କତାରରେ ଜାରି ଫିଫା ବିଶ୍ୱ କପରେ ମଙ୍ଗଳବାର ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି । ଗତ ୩୬ ମ୍ୟାଚରେ ଅଜୟ ଥିବା ଆର୍ଜେଣ୍ଟିନା ଟିମ ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ବଡ଼ ପରାଜୟର ସାମନା କରିଛି । କମ ରାଙ୍କିଂର ଟିମ ସାଉଦି ଆରବ ୨-୧ରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି । ଶେଷ ଯାଏଁ ଆର୍ଜେଣ୍ଟିନା ଟିମ ପ୍ରୟାସ ଜାରି ରଖିଥିଲା, କିନ୍ତୁ ବରାବର କରିପାରି ନଥିଲା । ପେନାଲ୍ଟି କିକରୁ ଆଜେଣ୍ଟିନା ପାଇଁ ମେସି ଏକମାତ୍ର ଗୋଲ କରିଥିଲେ । ବିଶ୍ୱ କପରେ ପାଞ୍ଚ ଥର ପ୍ରବେଶ କରିବା ପରେ ବି ଦଳ ଥରୋ ମାତ୍ର ଚୂଡାନ୍ତ ୧୬ରେ ସ୍ଥାନ ହାସଲ କରିଛି ।
ଆର୍ଜେଣ୍ଟିନା ଗତ ବିଶ୍ୱ କପର ଅଭିଯାନ ଆୟରଲାଣ୍ଡ ବିପକ୍ଷରେ ୧-୧ ଡ୍ରରେ ଆରମ୍ଭ କରିଥିଲା । କିନ୍ତୁ ଚଳିତ ଥର ବଡ଼ ପରାଜୟର ସାମନା କରିଛି । ଗତ କିଛି ସମୟ ଧରି ଆର୍ଜେଣ୍ଟିନା ଟିମ ଭଲ ପ୍ରଦର୍ଶନ କରି ଆସୁଛି । ୨୦୨୧ରେ କୋପା ଆମେରିକାର ଟାଇଟଲ ମଧ୍ୟ ଜିତିଥିଲା।
ପ୍ରଥମାର୍ଦ୍ଧରେ ପଛରେ ପଡ଼ିଥିବା ସାଉଦି ଆରବ ମ୍ୟାଚର ଦ୍ୱିତୀର୍ଦ୍ଧାର ଆରମ୍ଭରୁ ଆଟାକିଂ ଖେଳ ଖେଳିଥିଲା । ୪୮ ମିନିଟରେ ଏହା କାମ କରିଥିଲା ଏବଂ ଅଲ ବୁରେକନଙ୍କ ପାସରେ ସାଲେହ ଅଲସେହରୀ ଗୋଲ କରିଥିଲେ । ଏହାର କିଛି ମିନିଟ୍ ପରେ ହିଁ ସାଉଦି ଆରବର ଖୁସି ଦୁଇ ଦ୍ୱିଗୁଣିତ ହୋଇଥିଲା । ୫୩ ମିନିଟରେ ସଲେମ ଅଲଡସାରୀ ଚମତ୍କାର ଗୋଲ କରିଥିଲେ । ମ୍ୟାଚର ୧୦ ମିନିଟରେ ମେସି ଅର୍ଜେଣ୍ଟିନା ପାଇଁ ଗୋଲ କରିଥିଲେ ।