ପ୍ରତି ୧୧ ମିନିଟ୍‌ରେ ଜଣେ ମହିଳାଙ୍କୁ ହତ୍ୟା କରୁଛନ୍ତି ସମ୍ପର୍କୀୟ: ୟୁଏନ ଚିଫ୍

ନୂଆଦିଲ୍ଲୀ: ପ୍ରତି ୧୧ ମିନିଟ୍‌ରେ ଜଣେ ମହିଳା କିମ୍ବା ଯୁବତୀ ସେମାନଙ୍କର ଘନିଷ୍ଠ ସାଥୀ କିମ୍ବା ପରିବାର ଲୋକଙ୍କ ଦ୍ବାରା ହତ୍ୟାର ଶିକାର ହେଉଛନ୍ତି। ଏଭଳି ଏକ ଚକିତ କରିଦେବା ଭଳି ତଥ୍ୟ ରଖିଛନ୍ତି ୟୁଏନ ଚିଫ୍ ଆଣ୍ଟୋନିଓ ଗୁଟେରରସ। ସେ ଏହି ପ୍ରସଙ୍ଗରେ ସରକାରଙ୍କୁ ଜାତୀୟ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ କହିଛନ୍ତି।

ଦିଲ୍ଳୀ ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲା ପୂରା ଦେଶକୁ ଚକିତ କରିଛି। କିଭଳି ଜଣେ ମହିଳାଙ୍କୁ ଏଭଳି ନୃଶଂସ ଭାବରେ ନିଜ ସାଥୀ ହତ୍ୟା କରିପାରେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନେକ ସ୍ଥାନରେ ଏହାକୁ ନେଇ ପ୍ରତିବାଦ ମଧ୍ୟ କରାଯାଇଛି। ଏମିତିକି ମହିଳାଙ୍କ ଉପରେ ବଢ଼ୁଥିବା ନିର୍ଯ୍ୟାତନାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଆଉ ଏହାରି ମଧ୍ୟରେ ଏଭଳି ଏକ ତଥ୍ୟ ଦେଇଛନ୍ତି। ୟୁଏନ୍ ଚିଫ୍ ଆଣ୍ଟୋନିଓ ଗୁରେଟର।

ମହିଳାଙ୍କ ବିରୋଧରେ ହିଂସାକୁ ଶେଷ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ପାଳନ କରାଯାଉଥିବା ଦିବସ ଉପଲକ୍ଷେ ଏଭଳି କହିଛନ୍ତି ଗୁଟେରସ । ଆସନ୍ତା ନଭେମ୍ବର ୨୫ ରେ ଏହା ପାଳନ ହେବାକୁ ଯାଉଛି। ସେ କହିଛନ୍ତି ମହିଳା ଏବଂ କିଶୋରୀଙ୍କ ଉପରେ ହିଂସା, ସବୁଠୁ ଅଧିକ ହେଉଥିବା ହେଉଥିବା ମାନବ ଅଧିକାରର ଉଲ୍ଲଂଘନ।

ପ୍ରତି ୧୧ ମିନିଟ୍‌ରେ ଜଣେ ମହିଳା ଏବଂ ଯୁବତୀ ସେମାନଙ୍କ ପରିବାର ତଥା ଘନିଷ୍ଠ ସାଥୀଙ୍କ ଦ୍ବାରା ହତ୍ୟାର ଶିକାର ହେଉଛନ୍ତି। ଏହା ବ୍ରତୀତ ବିକାର, କୋଭିଡ୍-୧୯ ମହାମାରୀରୁ ଆର୍ଥିକ ମାନ୍ଦାବସ୍ଥା ଦ୍ବାରା ଏହି ହିଂସା ବଢ଼ିଛି। ସେ ଆହୁରି କହିଛନ୍ତି ମହିଳା ତଥା ଯୁବତୀମାନେ ଅନଲାଇନରେ ମଧ୍ୟ ହିଂସାର ଶିକାର ହେଉଛନ୍ତି। ଅନଲାଇନରେ ସେମାନଙ୍କୁ ଅଶ୍ଳୀଳ ମନ୍ତବ୍ୟ ଶୁଣିବାକୁ ପଡ଼ୁଛି। ଆହୁରି ଅନେକ ପ୍ରକାରର ନିର୍ଯ୍ୟାତନାର ଶିକାର ମଧ୍ୟ ହେଉଛନ୍ତି।

ବର୍ତ୍ତମାନ ମହିଳାଙ୍କ ଉପରେ ହିଂସା ଘଟଣା କେବଳ ଇତିହାସ ହୋଇ ରହିବାର ସମୟ ଆସିଛି। ମହିଳା ଏବଂ ଶିଶୁ କନ୍ୟାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବା ଦିଗରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାର ସମୟ ଆସିଛି ବୋଲି କହିଛନ୍ତି ୟୁଏନ୍ ଚିଫ୍। ସେ ଆହୁରି କହିଛନ୍ତି ସରକାରଙ୍କୁ ଏହାକୁ ରୋକିବା ପାଇଁ ଫଣ୍ଡିଂ, ଡିଜାଇନ ଏବଂ ଜାତୀୟ ଯୋଜନାକୁ ଲାଗୁ କରିବା ପାଇଁ ଆକ୍ସନ ପ୍ଲାନ ଲାଗୁ କରିବା ପାଇଁ ଯୋଜନା କରୁଛନ୍ତି।

Related Articles

Back to top button