ଅଧିକ ପାଣି ପିଇବା କାରଣରୁ ବ୍ରୁସ ଲି’ଙ୍କ ମୃତ୍ୟୁ ହୋଇଥାଇପାରେ

ନୂଆଦିଲ୍ଲୀ: ଅଧିକ ପାଣି ପିଇବା କାରଣରୁ ମାର୍ଶଲ ଆର୍ଟ ଲିଜେଣ୍ଡ ବ୍ରୁସ ଲି’ଙ୍କ ମୃତ୍ୟୁ ହୋଇଥାଇପାରେ । ବୈଜ୍ଞାନିକଙ୍କ ଏକ ନୂଆ ଅଧ୍ୟୟନରେ ଏହି ଦାବି କରାଯାଇଛି । ଆମେରିକୀୟ ନାଗରିକ ବ୍ରୁସ ଲି’ଙ୍କ ଦେହାନ୍ତ ୧୯୭୩ ମସିହାରେ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା। ସେରେବ୍ରଲ ଏଡିମା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସେତେବେଳେ କହିଥିଲେ । ଏହା ଏକ ମସ୍ତିଷ୍କ ଜନିତ ରୋଗ । ଡାକ୍ତରଙ୍କ ଦାବି ଥିଲା, ଅତ୍ୟଧିକ ମାତ୍ରାରେ ପେନ୍ କ୍ଲିୟର ନେବା ଯୋଗୁଁ ମସ୍ତିଷ୍କରେ ଏହି ରୋଗ ହୋଇଥାଏ ।

ଏହି ନୂଆ ଅଧ୍ୟୟନ କ୍ଲିନିକାଲ କିଡନୀ ଜର୍ନଲରେ ପ୍ରକାଶିତ ହୋଇଛି । ଅଧ୍ୟୟନକାରୀ ଦାବି କରିଛନ୍ତି ଯେ, ବ୍ରୁସ ଲି’ଙ୍କ ମୃତ୍ୟୁ ଏଥିପାଇଁ ହୋଇଥିଲା କାରଣ ତାଙ୍କ କିଡନୀ ଅଧିକ ପାଣି ଶେଷ କରିବାରେ ଅସମର୍ଥ ଥିଲା । ଏଣ୍ଟର ଦ ଡ୍ରାଗନର ଅଭିନେତାଙ୍କ ମୃତ୍ୟୁକୁ ନେଇ ଏହି ଅଧ୍ୟୟନରେ ଯେଉଁ ଦାବି କରାଯାଇଛି, ତାହା ପୁରୁଣା ଦାବି ଠାରୁ ପୂରା ଭିନ୍ନ । ଗ୍ୟାଙ୍ଗଷ୍ଟରଙ୍କ ଦ୍ୱାରା ହତ୍ୟା, ପ୍ରେମିକା ବିଷ ଦେଇଥିଲେ କିମ୍ୱା କୌଣସି ଅଭିଶାପରୁ ବ୍ରୁସ ଲିଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଉଥିଲା ।

ମାର୍ଶଲ ଆର୍ଟର ଲୋକପ୍ରିୟତା ବୃଦ୍ଧିର ଶ୍ରେୟବ୍ରୁସ ଲି’ଙ୍କୁ ଦିଆଯାଉଛି । ଏହାକୁ ଶିଖୁଥିବା ଶିକ୍ଷାର୍ଥୀ ଆଜି ବି ବ୍ରୁସ ଲିଙ୍କୁ ନିଜ ଆଦର୍ଶ ମାନୁଛନ୍ତି । ରିସର୍ଚର୍ସଙ୍କ ଏକ ଗ୍ରୁପ୍ ଅନୁସାରେ, ହାଇପୋନେଟ୍ରିମିୟା ଯୋଗୁଁ ଲି’ଙ୍କୁ ଏଡିମା ହୋଇଥିଲା । ଏହା ସେତେବେଳେ ହୋଇଥାଏ ଯେତେବେଳେ ଅଧିକ ପାଣି ଯୋଗୁଁ ଶରୀରରେ ସୋଡିୟମ ସ୍ତର ପତଳା ହୋଇଯାଇ ଥାଏ । ଏହାପରେ ମସ୍ତିଷ୍କର କୋଶିକା ଗୁଡିକ ଅସନ୍ତୁଳିତ ହୋଇ ଫୁଲି ଯାଇଥାଏ ।

ରିପୋର୍ଟ ଅନୁସାରେ, ବ୍ରୁସ ଲି’ ନିଜ ଡାଇଟରେ ଅଧିକ ତରଳ ପଦାର୍ଥ ସାମିଲ କରିଥିଲେ । ସେ ନିଜ ଡାଇଟରେ ସାମିଲ ଲିକ୍ୱିଡ୍ ଏବଂ ପ୍ରୋଟିନ୍ ଡ୍ରିଙ୍କରେ ମାରିଜୁଆନା ଅର୍ଥାତ ଗଞ୍ଜେଇ ମିଶାଇ ପିଉଥିଲେ । ଏହି କାରଣରୁ ତାଙ୍କୁ ଅଧିକ ଶୋଷ ହେଉଥିଲା । ଏହାସହ ପେନ୍ କ୍ଲିୟର ଏବଂ ମଦ ପିିିିିିଇବା ତାଙ୍କ କିଡନୀକୁ ନଷ୍ଟ କରିଥିଲା ।

Related Articles

Back to top button