ବଲିଉଡ୍‌ରେ ଡେବ୍ୟୁ କରିବେ ସଲମାନଙ୍କ ଭାଣିଜୀ ଅଲିଜେହ ଅଗ୍ନିହୋତ୍ରୀ

ମୁମ୍ଵାଇ: କିଛି ସମୟ ପୂର୍ବରୁ ଅଲିଜେହ ଅଗ୍ନିହୋତ୍ରୀ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ସେ ବଲିଉଡ୍‌ରେ ଡେବ୍ୟୁ କରିବା ନେଇ ଆଲୋଚନା ହୋଇଥିଲା। ବର୍ତ୍ତମାନ ପ୍ରଶଂସକଙ୍କ ଅପେକ୍ଷା ଶେଷ ହୋଇଛି। ଜାତୀୟ ପୁରସ୍କାର ବିଜେତା ତଥା ନିର୍ଦ୍ଦେଶକ ସୋମେନ୍ଦ୍ର ପାଧୀଙ୍କ ଆଗାମୀ ଚଳଚ୍ଚିତ୍ର ସହିତ ଅଲିଜେହ ଡେବ୍ୟୁ କରିବାକୁ ଯାଉଛନ୍ତି। ନିର୍ଦ୍ଦେଶକ ପାଧୀ  ଜାମତାଡା-୧ବଂ ଜାମତାଡା-୨ ପାଇଁ ଜଣାଶୁଣା । ଏହି ଚଳଚ୍ଚିତ୍ରର ସୁଟିଂ ୨୦୨୨ରେ ଆରମ୍ଭ ହୋଇଥିଲା ଏହି ଚଳଚ୍ଚିତ୍ର ୨୦୨୩ ରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି ।

କହିବାକୁ ଗଲେ ସଲମାନ ଖାନଙ୍କ ଭାଣିଜୀ ଅଲିଜେହ ଅଗ୍ନିହୋତ୍ରୀ। ତାଙ୍କ ସୁନ୍ଦରତା ଓ ଲୁକ୍‌ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ୍‌ । ଇନଷ୍ଟାଗ୍ରାମରେ ତାଙ୍କର ଏକରୁ ଅଧିକ ସୁନ୍ଦର ଫଟୋ ସେୟାର ହୋଇଛି। ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକକୁ ଲମ୍ଵା ଲାଇନ୍‌। କିଛି ସମୟ ପୂର୍ବରୁ, ଅଲିଜେହଙ୍କ ଏକ ବିଜ୍ଞାପନ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଥିଲା।  ଯେଉଁଥିରେ ସେ ଏକ ଅଳଙ୍କାର ବ୍ରାଣ୍ଡ ପାଇଁ ବିଜ୍ଞାପନ କରିଥିଲେ। ଏଥିରେ

ଅଲିଜେହ ହେଉଛନ୍ତି ସଲମାନଙ୍କ ପ୍ରିୟ। ସଲମାନଙ୍କ ଭଉଣୀ ଅଲଭିରା ଏବଂ ଅତୁଲ ଅଗ୍ନିହୋତ୍ରୀଙ୍କ ଝିଅ । ପୁରା ପରିବାର ତାଙ୍କୁ ବହୁତ ଭଲ ପାଆନ୍ତି । ସେ ସୋସିଆଲ ମିଡିଆରେ ତାଙ୍କ ଜେଜେମା ସଲମାଙ୍କ ସହ ଫଟୋ ସେୟାର କରନ୍ତି। କେବଳ ଏତିକି ହିଁ ନୁହେଁ ତାଙ୍କ ଫିଟନେସ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି।

Related Articles

Back to top button