ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା

ଭୁବନେଶ୍ୱର: ପ୍ରଥମେ ଅକ୍ଷୟ ପରିଜା ଆଉ ଏବେ ଶ୍ରଦ୍ଧାଞ୍ଜଳି । ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲାରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ।

ଖବର ଅନୁଯାୟୀ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ହେବା ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ମାମଲାରେ ହୋଇଥିବା ଆର୍ଥିକ କାରବାର ନେଇ ଖୋଲତାଡ଼ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହିକ୍ରମରେ ଇଡି ଅର୍ଚ୍ଚନାଙ୍କ ପୈତୃକ ଘର, ଶାଶୁ ଘର ଏବଂ ଭୁବନେଶ୍ୱର ସ୍ଥିତ ବାସଭବନରେ ଚଢାଉ କରିଥିଲା । ଏହି ସବୁ ସ୍ଥାନରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ମଧ୍ୟ କରିଛି ଇଡି ।

ତେବେ ଆର୍ଥିକ କାରବାର ନେଇ ଫିଲ୍ମ ପ୍ରଯୋଜକ ଅକ୍ଷୟ କୁମାରଙ୍କୁ ନୋଟିସ୍‌ କରିଥିଲା ଇଡି । ଏହିପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ଅକ୍ଷୟ ପରିଜା ଇଡିରେ ହାଜର ହୋଇଥିଲେ । ଦୀର୍ଘ ୯ ଘଣ୍ଟା ଧରି ଅକ୍ଷୟ ପରିଜାଙ୍କୁ ଜେରା କରିଥିଲା ଇଡି । ନ୍ୟାୟ ବ୍ୟବସ୍ଥା ଉପରେ ମୋର ସଂପୂର୍ଣ୍ଣ ଭରସା ରହିଛି ବୋଲି ବାହାରକୁ ଆସିବା ପରେ ଅକ୍ଷୟ ପରିଜା କହିଥିଲେ । ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବୁ ବୋଲି କହିଛନ୍ତି ତାଙ୍କ ଓକିଲ । ଆଉ ଏବେ ଇଡିରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି । ବୁଧବାର ଦିନ ହାଜର ହେବା ପାଇଁ ନୋଟିସ୍‌ କରିଥିଲା ଇଡି ।

Related Articles

Back to top button