ଫିପା ବିଶ୍ୱକପ: ୱେଲ୍ସକୁ ହରାଇଲା ଇରାନ

ଦୋହା: ଚଳିତ ଫିଫା ବିଶ୍ୱକପରେ ଶୁକ୍ରବାର ଅନୁଷ୍ଠିତ ଗ୍ରୁପ ବିର ଏକ ମୁକାବିଲାରେ ଇରାନ ୨-୦ ଗୋଲରେ ୱେଲ୍ସକୁ ପରାସ୍ତ କରିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ଉଭୟ ଟିମ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ । ମାତ୍ର ୯୦ ମିନିଟ ବେଳକୁ କେହି କାହା ବିପକ୍ଷରେ ଗୋଲ ଦେଇପାରି ନ ଥିଲେ । ଇଂଜୁରୀ ସମୟରେ ରୋଉଜେବେହ ଚେଶମି ୯୮ତମ ମିନିଟରେ ଇରାନ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ । ଏହାର ୩ ମିନିଟ ପରେ ରାମିନ ରେଜାଇନ ଆଉ ଏକ ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ ।

ଇରାନର ମେହେଦି ଟାରେମିଙ୍କୁ ୱେଲ୍ସର ୱେନ ହେନେସି ଫାଉଲ ମାରିଥିଲେ । ଫଳରେ ରେଫରୀ ତାଙ୍କୁ ୟେଲୋ କାର୍ଡ ଦେଖାଇଥିଲେ । ଏହା ପରେ ୱେଲ୍ସ ୧୦ଜଣଙ୍କୁ ନେଇ ମ୍ୟାଚ ଖେଳିଥିଲା । ଯାହା ସେମାନଙ୍କ ପରାଜୟର ଏକ ପ୍ରମୁଖ କାରଣ ରହିଥିଲା ।

Related Articles

Back to top button