ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଧକ୍କାରେ ଯୁବକ ମୃତ

କଟକ : ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣା ଘଟିଛି । କାର୍‌ ଓ ବାଇକ୍ ମଧ୍ୟରେ ଧକ୍କା ହୋଇ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି  । ମୃତ ଯୁବକ ଜଣକ ହେଲେ ସୁକାନ୍ତ ବେହେରା । ବାଇକ ଚାଳକ ସୁକାନ୍ତ ବେହେରାଙ୍କ ବୟସ ୨୮ ବର୍ଷ  ।

ସୂଚନା ଅନୁଯାୟୀ ଆଠଗଡ଼ ବ୍ଲକ ଅନ୍ତର୍ଗତ ଡାଳଖାଇ ଛକ ନିକଟରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଏକ ବିବାହ ଭୋଜିରୁ ଫେରୁଥିବା ସମୟରେ ସାମ୍ନାରୁ ଆସୁଥିବା ବାଇକ୍‌ ଚାଳକଙ୍କ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ରାଣୀ ପଣ୍ଡା ଓ ତାଙ୍କ ଡ୍ରାଇଭରଙ୍କର କିଛି ହୋଇନଥିବା ବେଳେ ବାଇକ୍ ଚାଳକ ଗୁରୁତର ଆହତ ହୋଇଥିଲେ । ସୁକାନ୍ତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ରାଣୀ ପଣ୍ଡାଙ୍କୁ ଛାଡ଼ି ନଥିଲେ। ଘଟଣାସ୍ଥଳରେ ଆଠଗଡ଼ ପୁଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାଣୀ ପଣ୍ଡାଙ୍କୁ ପୁଲିସ ଅଟକ ରଖିଥିଲା ପରେ ରାଣୀ ପଣ୍ଡାଙ୍କୁ ପୋଲିସ ଛାଡ଼ିଦେଇଥିଲେ । ଏନେଇ ରାଣୀ ପଣ୍ଡାଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି  ।

Related Articles

Back to top button