ଓସ୍କାର ବିଜେତା ଗାୟକ ଏବଂ ଅଭିନେତ୍ରୀ ଆଇରିନ୍ କାରାଙ୍କ ଦେହାନ୍ତ

ନୂଆଦିଲ୍ଲୀ : ଓସ୍କାର ବିଜେତା ଆଇରିନ୍ କାରାଙ୍କ ଦେହାନ୍ତ ହୋଇଛି। ଅଭିନେତ୍ରୀଙ୍କ ପ୍ରକାଶକ ତାଙ୍କ ମୃତ୍ୟୁ ଘୋଷଣା କରିଥିଲେ । ସେ କହିଛନ୍ତି ଯେ ଅଭିନେତ୍ରୀ ଫ୍ଲୋରିଡା ସ୍ଥିତ ତାଙ୍କ ଘରେ ମୃତ୍ୟୁ ବରଣ କରିଛନ୍ତି  । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା  । ଏନେଇ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଆମେରିକୀୟ ଗାୟକ ଏବଂ ଅଭିନେତ୍ରୀ ଭାବେ ସେ ବେଶ ଜଣାଶୁଣା । ସେ ଓସ୍କାର ଏବଂ ଗ୍ରାମି ପୁରସ୍କାର ଜିତିଥିଲେ ।

୧୯୫୯ରେ ନ୍ୟୁୟର୍କ ସହରର ବ୍ରୋନକ୍ସରେ ଜନ୍ମଗ୍ରହଣ କରିଥିଲେ । ସ୍ପେନିସ୍‌ ଭାଷାରେ ଟେଲିଭିଜନ କ୍ୟାରିଅର୍ ଆରମ୍ଭ କରିଥିଲେ । ଶିଶୁ କଳାକାର ଭାବରେ ସଙ୍ଗୀତ ରେକର୍ଡିଂ କରିବା ପରେ ସେ ଉଭୟ ସ୍ପାନିସ୍ ଏବଂ ଇଂରାଜୀରେ ଅନେକ ବ୍ରଡୱେ ମ୍ୟୁଜିକାଲରେ କାମ କରିଥିଲେ ।୧୯୮୦ରେ ଆଇରିନ୍ କାରା ଲୋକପ୍ରିୟ ହୋଇଥିଲେ। ଆଇରିନ୍ କାରା କ୍ଲିଣ୍ଟ ଇଷ୍ଟବୁଡ୍ ଏବଂ ଟେଟମ୍ ଓ’ଓନିଲ ସହ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏଥିସହ ଚଳଚ୍ଚିତ୍ର ‘ଫେମ୍‌’ର ଟାଇଟଲ୍ ଟ୍ରାକ୍ ଗାଇଥିଲେ।

Related Articles

Back to top button