ରାଜଧାନୀରେ ଫ୍ଲାଟ୍ ଦେବା ନାଁରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ, କମ୍ପାନୀ ଏମ୍ଡିଙ୍କୁ ଗିରଫ କରିଲା EOW
ଭୁବନେଶ୍ୱର : ରାଜଧାନୀରେ ବଡ଼ ଠକେଇ । ଫ୍ଲାଟ୍ ଦେବା ନାଁରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ। ଏହି ଅଭିଯୋଗରେ ବନ୍ଧା ହୋଇଛନ୍ତି MS ବସେରା ଡିଜାଇନ୍ସର MD। MS ବସେରା ଡିଜାଇନ୍ସର MD ମନୋଜ ପଟ୍ଟନାୟକଙ୍କୁ ଗିରଫ କରିଛି EOW।
ଖବର ଅନୁଯାୟୀ, ଭୁବନେଶ୍ୱର ସିଜୁଆ ଅଞ୍ଚଳରେ ବସେରା ଫ୍ରେସ୍କୋ ନାମକ ଆପାର୍ଟମେଣ୍ଟ କରି ଲୋକଙ୍କୁ ଫ୍ଲାଟ ଦେବା ନାଁରେ ଅଗ୍ରୀମ ଟଙ୍କା ନେଇଥିଲେ। ତେବେ ଏକାଧିକ ଲୋକ ଟଙ୍କା ଦେଇଥିବା ସତ୍ତ୍ବେ ସେ ଫ୍ଲାଟ ହସ୍ତାନ୍ତର କରିନଥିଲେ। ଏଭଳି ଭାବେ ମୋଟ ୧ କୋଟି ୭୨ ଲକ୍ଷ ଟଙ୍କା ଠକିଥିବା ନେଇ EOW ରେ ଅଭିଯୋଗ କରିଥିଲେ ଫ୍ଲାଟ ମାଲିକ। ଏହି ଘଟଣାରେ ଆଗକୁ ଅଭିଯୁକ୍ତଙ୍କ ସଂଖ୍ୟା ବଢିପାରେ ବୋଲି ସୂଚନା ଦେଇଛି EOW।