ପଲିଗ୍ରାଫ୍ ଟେଷ୍ଟ ପାଇଁ ଆସିଥିବା ବେଳେ ଶ୍ରଦ୍ଧା ହତ୍ୟା ମାମଲାର ଅଭିଯୁକ୍ତ ଅଫ୍ତାବ ଥିବା ପୁଲିସ ଭ୍ୟାନ୍କୁ ଆକ୍ରମଣ
ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ ପୁନାୱାଲାକୁ ଯାଉଥିବା ଗାଡ଼ିକୁ ଆକ୍ରମଣ। ଆଜି(୨୮ ନଭେମ୍ବର) ପଲିଗ୍ରାଫ ଟେଷ୍ଟ ପାଇଁ ଦିଲ୍ଲୀର ଫୋରେନ୍ସିକ ଲ୍ୟାବକୁ ଅଣାଯିବା ବେଳେ ଏହି ଆକ୍ରମଣ ହୋଇଥିଲା। ପ୍ରଥମେ ଜଣେ ଓ ପରେ ଆଉ ଜଣେ ଆସି ଅଫ୍ତାବ ଥିବା ପୁଲିସ ଭ୍ୟାନ୍କୁ ଆକ୍ରମଣ କରିଥିଲେ। ପରେ ପୂରା ୧୫ ଲୋକ ଆକ୍ରମଣ କରିବାକୁ ଆସିଥିବା ଦୁଇଜଣ ବ୍ୟକ୍ତି କହିଛନ୍ତି।
#WATCH | Police van carrying Shradhha murder accused Aftab Poonawalla attacked by at least 2 men carrying swords who claim to be from Hindu Sena, outside FSL office in Delhi pic.twitter.com/Bpx4WCvqXs
— ANI (@ANI) November 28, 2022
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ ଅଫତାଭ ଆମ ଭଉଣୀକୁ ୩୫ ଖଣ୍ଡ କରିଛି। ଆମେ ତାଙ୍କୁ ୭୦ ଖଣ୍ଡ କରିବୁ। ପିଲ୍ଲିଗ୍ରାଫ୍ ଟେଷ୍ଟ ପାଇଁ ଅଫ୍ତାଭକୁ ଆଜି ଦିଲ୍ଲୀର ରୋହିଣୀର ଥିବା ଫରେନ୍ସିକ ସାଇନ୍ସ ଲ୍ୟାବକୁ ଅଣାଯାଇଥିଲା।
ସୂଚନା ଥାଉକି ଅଫତାଭ ଲିଭ୍ ଇନ୍ରେ ରହୁଥିବା ନିଜ ପାର୍ଟ୍ରନ ଶ୍ରଦ୍ଧାକୁ ୩୫ ଖଣ୍ଡ କରି କାଟି ମାରିଥିଲା। ଏହାପରେ ପୁଲିସ ଧରିବା ପରେ ନଭେମ୍ବର ୧୪ ତାରିଖରେ ଦୋଷ ସ୍ୱୀକାର କରିଥିଲା ଅଫ୍ତାଭ। ମେ ମାସରୁ ଶ୍ରଦ୍ଧାଙ୍କୁ ହତ୍ୟା କରାଯାଇଥିବା ବେଳେ ତାଙ୍କ ପରିବାର ଓ ବନ୍ଧୁ ପୁଲିସରେ ନିଖୋଜ ହେବାର ଖବର ଦେଇଥିଲେ। ଏହାପରେ ପୁଲିସ ମାମଲାର ତଦନ୍ତ କରି ଅଫ୍ତାଭକୁ ଧରିଥିଲା। ଅଭିଯୁକ୍ତ ଶ୍ରଦ୍ଧାକୁ ୩୫ ଖଣ୍ଡରେ କାଟି ମୃତଦେହକୁ ଫ୍ରିଜ୍ରେ ରଖି ଅଳ୍ପ ଅଳ୍ପ ଫିଙ୍ଗୁଥିଲା। ଅଫ୍ତାଭଙ୍କ ଭ୍ୟାନ୍କୁ ଆକ୍ରମଣ କରିଥିବା ଲୋକମାନେ ମାମଲାରେ ନ୍ୟାୟା ଦାବି କରିଛନ୍ତି।