ପଶ୍ଚିମବଙ୍ଗରେ ୨ଟି ନୂତନ ଜିଲ୍ଲା ଘୋଷଣା କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
କୋଲକାତା: ପଶ୍ଚିମବଙ୍ଗରେ ୨ଟି ନୂତନ ଜିଲ୍ଲା ଘୋଷଣା କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମଙ୍ଗଳବାର ପ୍ରଶାସନିକ ବୈଠକରେ ଏ ସମ୍ପର୍କରେ ଘୋଷଣା କରାଯାଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ସୁନ୍ଦରବନ ଓ ବସିରହାଟବାସୀଙ୍କୁ ରାଜ୍ୟ ସରକାର ଏହି ଭେଟି ଦେବାକୁ ଯାଉଛନ୍ତି । ଦକ୍ଷିଣ ଏବଂ ଉତର ପ୍ରଗଣା ଜିଲାକୁ ବିଭାଜିତ କରି ଏହି ଜିଲ୍ଲା ଗଠନ କରାଯିବ । ଏ ନେଇ ସମସ୍ତ କାର୍ଯ୍ୟ ଚୂଡାନ୍ତ ହୋଇସାରିଛି । ସୁନ୍ଦରବନର ଦକ୍ଷିଣ ୨୪ ପ୍ରଗଣାରେ ୧୩ଟି ବ୍ଲକ ଥିବା ବେଳେ ବସିରହାଟରେ ୨୪ ପ୍ରଗଣାରେ ୬ଟି ବ୍ଲକ ରହିଛି ।
ପ୍ରତ୍ୟେକ ଜିଲା ନିର୍ମାଣ ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ଅତି କମରେ ୨୦୦ କୋଟି ଖର୍ଚ୍ଚ କରିବାକୁ ପଡିବ । ପଶ୍ଚିମବଙ୍ଗରେ ଏବେ ୨୩ଟି ଜିଲା ରହିଛି । ୨ଟି ନୂତନ ଜିଲା ଗଠନ ହେଲେ ଏହାର ସଂଖ୍ୟା ୨୫ରେ ପଂହଚିବ । ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୂଖ୍ୟ ହିଙ୍ଗଳଗଞ୍ଜରେ ପ୍ରତୀକ ପୂଜା କରିବେ ।