ଭିସୁଟ ରାଗିଂ ଘଟଣାରେ ୭ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ

ସମ୍ବଲପୁର:  ଭିସୁଟ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ। ତଦନ୍ତ ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଘଟଣାରେ ୭ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ସମ୍ପୃକ୍ତ ଥିବା ଚତୁର୍ଥ ବର୍ଷର ୩ ଛାତ୍ରଙ୍କୁ ବର୍ଷେ ଯାଏଁ କ୍ୟାମ୍ପସରୁ ବହିଷ୍କାର କରାଯାଇଛି । ସେହିପରି ଅନ୍ୟ ୪ଜଣ ଛାତ୍ରଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୨୩ ତାରିଖ ବିଳମ୍ବିତ ରାତ୍ରିରେ ହଷ୍ଟେଲ ଭିତରେ ଜଣେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଆଣ୍ଟି ରାଗିଂ ସେଲ୍ ଓ ଶୃଙ୍ଖଳା କମିଟିର ମିଳିତ ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।

Related Articles

Back to top button