ସରକାରୀ ଦଲାଲ ମାମଲା: ମାଲକାନଗିରିରେ ମେଡିକାଲ ଫାର୍ମାସିଷ୍ଟ ଓ ଷ୍ଟାଫ ନର୍ସଙ୍କୁ ଚାକିରୀରୁ ବହିଷ୍କାର

ମାଲକାନଗିରି: ମାଲକାନଗିରିରେ ମେଡିକାଲ ଫାର୍ମାସିଷ୍ଟ ଓ ଷ୍ଟାଫ ନର୍ସଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ବେସରକାରୀ ଚାକିରି ପାଇଁ ସରକାରୀ ଦଲାଲ ମାମଲାରେ ସାହାଯ୍ୟ କରୁଥିଲେ । ଏଥିରେ ଷ୍ଟାଫ ନର୍ସଙ୍କ ବ୍ୟାଙ୍କ ଆକାଉଣ୍ଟରେ ଲାଂଚ କାରବାର ଚାଲିଥିଲା ।

ତେବେ ଏହି ଦୁର୍ନୀତି କଥା ଅଧିକାରୀଙ୍କ ସାମ୍ନାକୁ ଆସିଥିଲା । ଷ୍ଟାଫ ନର୍ସଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା କାରବାର ହେଉଥିଲା । ଏନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସିଡିଏମଓଙ୍କ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏଥିରେ ଲକ୍ଷ ଲକ୍ଷ ଟଙ୍କା କାରବାର ହୋଇଥିବା କଥା ଜଣା ପଡିଛି । ଉଚିତ ପଦକ୍ଷେପ ନିଆଯାଇ ଫାର୍ମାସିଷ୍ଟ ଓ ଷ୍ଟାଫ ନର୍ସଙ୍କୁ ନିଲମ୍ବିତ କରାଯାଇଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

Related Articles

Back to top button