ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ ପୁନାୱାଲାର ନାର୍କୋ ଟେଷ୍ଟ ଲାଗି ଦିଲ୍ଲୀ କୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ:  ରୋହିଣୀସ୍ଥିତି ବିଧି ବିଜ୍ଞାନ ପ୍ରୟୋଗଶାଳା (ଏଫଏସସି)ରେ ଅଫତାବ ପୁନାୱାଲାର ନାର୍କୋ ଟେଷ୍ଟ କରାଯିବ। ଏଥିଲାଗି ମଙ୍ଗଳବାର ଦିଲ୍ଲୀ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ପୁନାୱାଲାର ଓକିଲ ଏହି ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ ଅଭିଯୁକ୍ତକୁ ୧ ଡିସେମ୍ବର ଓ ୫ ଡିସେମ୍ବରକୁ ରୋହିଣୀସ୍ଥିତ ପ୍ରୟୋଗଶାଳାକୁ ନେଇଯିବାକୁ ଅନୁମତି ଦେବା ନିମନ୍ତେ ଅନୁରୋଧ କରାଯାଇଥିଲା, ଯାହାକୁ କୋର୍ଟ ମଞ୍ଜୁର କରିଛନ୍ତି।

ତେବେ ଏହା ପୂର୍ବରୁ ପୋଲିସ କହିଥିଲା ଯେ ଏଫଏସଏଲ ବିଶେଷଜ୍ଞଙ୍କ ଏକ ଟିମ୍ ରୋହିଣୀସ୍ଥିତ ବାବାସାହେବ ଆମ୍ବଦକର ହସ୍ପିଟାଲରେ ଅଫତାବର ନାର୍କୋ ଟେଷ୍ଟ କରାଯିବ। ୨୮ ବର୍ଷ ବୟସ୍କ ଅଫତାବ ପୁନାୱାଲା ବିରୋଧରେ ତା ସହ ଲିଭଇନରେ ରହୁଥିବା ଶ୍ରଦ୍ଧା ୱାଲ୍କରଙ୍କ ହତ୍ୟା ଓ ତାଙ୍କ ଶବକୁ ୩୫ ଖଣ୍ଡ କରି କାଟିବାର ଅଭିଯୋଗ ରହିଛି। ଏହା ମଧ୍ୟ ଅଭିଯୋଗ ରହିଛିଯେ ଶବ ଖଣ୍ଡ ଗୁଡିକୁ ୩୦୦ ଲିଟରର ଏକ ରେଫ୍ରିଜେରଟରେ ରଖି ନିଜ ସୁବିଧା ଅନୁସାରେ ସହରର ବିଭିନ୍ନ ସ୍ଥାନରେ ନେଇ ଫିଙ୍ଗିଥିଲା।

ସୋମବାର ପୁନାୱାଲାକୁ ନେଇ ଯାଉଥିବା ପୋଲିସ ବାହନ ଉପରେ ଏଫଏସଏଲ ବାହାରେ କିଛି ସଶସ୍ତ୍ର ଲୋକେ ଆକ୍ରମଣ କରିଥିଲେ। ଏଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଲାବରେଟରୀ ଓ ଆଖପାଖ ଅଞ୍ଚଳର ସୁରକ୍ଷା କଡାକଡି କରି ଦିଆଯାଇଛି। ସୋମବାର ପଲିଗ୍ରାଫ ଟେଷ୍ଟ ଲାଗି ପୁନାୱାଲାକୁ ଏଫଏସଏଲ ନିଆଯାଇଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ପୋଲିସ ପୁନାୱାଲାକୁ ନଭେମ୍ବର ୧୨ ତାରିଖ ଦିନ ଗିରଫ କରିଥିଲା। ପଚରା ଉଚରା ଲାଗି ୫ ଦିନ ଲାଗି ପୋଲିସ ରିମାଣ୍ଡକେ ନେଇଥିଲା। ପରେ ୧୭ ଓ ୨୨ ନଭେମ୍ବରରେ ଦୁଇ ଥରରେ କୋର୍ଟ ପୁନାୱାଲାକୁ ମୋଟ ୯ ଦିନ ପୋଲିସ ରିମାଣ୍ଡ ବଢାଇଥିଲେ। ପରେ ତାକୁ ୧୩ ଦିନ ନିମନ୍ତେ ବିଚାରବିଭାଗୀୟ ହାଜତକୁ ପଠାଇଛନ୍ତି।

Related Articles

Back to top button