ସାତପୁରା ବାଘ୍ର ଅଭୟାରଣ୍ୟର ନିୟମ ଭାଙ୍ଗି ଅଡୁଆରେ ରବିନା ଟଣ୍ଡନ, ବାଘ ନିକଟରୁ କରିଥିଲେ ଭିଡିଓ

ନୂଆଦିଲ୍ଲୀ: ଜାତୀୟ ଉଦ୍ୟାନ ନିୟମ ଭାଙ୍ଗିଲେ ରବିନା ଟଣ୍ଡନ। ସାତପୁରା ବାଘ୍ର ଅଭୟାରଣ୍ୟର ନିୟମ ଭାଙ୍ଗି ଅଡୁଆରେ ରବିନା ଟଣ୍ଡନ । ନିଷେଧାଞ୍ଚଳରେ ଅତି ନିକଟରୁ ମହାବଳ ବାଘର ଭିଡିଓ କରିଥିଲେ । ପରେ ଏହି ଭିଡିଓକୁ ନିଜ ଟ୍ବିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ରବିନାଙ୍କ ପାଇଁ ଅଡୁଆ ବଢିଛି । ଭିଡିଓର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଉଦ୍ୟାନ ନିର୍ଦ୍ଦେଶକ ।

ବଲିଉଡ୍ ଷ୍ଟାର ହେବା ସଙ୍ଗେ ସଙ୍ଗେ ରବିନା ଟାଣ୍ଡନ ଜଣେ ଓ୍ବାଇଲ୍ଡ ଲାଇଫ୍ ଫଟୋଗ୍ରାଫର । ଅଧିକାଂଶ ସମୟରେ ସେ ବିଭିନ୍ନ ଜାତୀୟ ଉଦ୍ୟାନରେ  ଜୀବଜନ୍ତୁଙ୍କ ଫଟୋ ସଂଗ୍ରହ କରିଥାନ୍ତି । ନିକଟରେ ମଧ୍ୟପ୍ରଦେଶର ସାତପୁରା ବାଘ୍ର ଅଭୟାରଣ୍ୟ ବୁଲିବାକୁ ଯାଇ ଜୀବଜନ୍ତୁଙ୍କ ଫଟୋ ଉଠାଇବା ସହିତ ଭିଡିଓ କରିଥିଲେ । ଏହି ଭିଡିଓକୁ ନଭେମ୍ବର ୨୫ ତାରିଖରେ ନିଜ ଟ୍ବିଟରରେ ପୋଷ୍ଟ କରିଥିଲେ । ଏଥିରେ ରବିନା ଜାତୀୟ ଉଦ୍ୟାନ ନିୟମକୁ ଭାଙ୍ଗି ଅତି ନିକଟରୁ ମହାବଳ ବାଘର ଫଟୋ ଉଠାଇବା ସହିତ ଭିଡିଓ କରୁଥିବା ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ ହେବା ପରେ ରବିନାଙ୍କ ପାଇଁ ଅଡ଼ୁଆ  ସୃଷ୍ଟି ହୋଇଛି ।

ନିୟମ ଅନୁଯାୟୀ, ଜାତୀୟ ଉଦ୍ୟାନରେ ଜୀବଜନ୍ତୁଙ୍କ ଠାରୁ ୨୦ମିଟର ଦୂରରେ ଆବଶ୍ୟକ, ହେଲେ ରବୀନା ଏହି ନିୟମକୁ ଭାଙ୍ଗି ଜୀବନକୁ ବିପଦରେ ପକାଇ ନିକଟରୁ ସୁଟ୍ କରିଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସାତପୁରା ଜାତୀୟ ଉଦ୍ୟାନ ନିର୍ଦ୍ଦେଶକ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟରେ ରବିନା ଦୋଷୀ ସାବ୍ୟସ୍ତ ହେଲେ ତାଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

Related Articles

Back to top button