୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଡ଼ଚଣା ବିଇଓ ଅମୀୟ ଦାସଙ୍କୁ ଧରିିଲା ଭିଜିଲାନ୍ସ

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ଅଫିସରେ କାର୍ଯ୍ୟରତ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅମୀୟ ଦାସ ଲାଞ୍ଚ ମାମଲାରେ ଧରିିଛି ଭିଜିଲାନ୍ସ । ଜଣେ ଶିକ୍ଷକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ଭିଜିଲାନ୍ସ ମାଡ଼ ବସିଛି । ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ସହ ବିଓ ଅଫିସର ଦୁଇ ଜଣ କର୍ମଚାରୀଙ୍କୁ ମଧ୍ୟ ଉଠାଇ ନେଇଛି ଭିଜିଲାନ୍ସ ଟିମ୍‌ ।

ଦୁଇ ଜଣିଆ ଭିଜିଲାନ୍ସ ଟିମ ବିଓ ଅଫିସରେ ପହଂଚି ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ଧରିଥିଲେ । ଅନ୍ୟପଟେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କଡେଇ ସ୍ଥିତ ବାସ ଭବନରେ ଭିଜିଲାନ୍ସ ଟିମ ଚଢ଼ାଉ କରି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଯାଞ୍ଚ କରୁଛି । ଆୟବହିର୍ଭୂତ ସମ୍ପତ୍ତି କାଳେ ଥାଇ ପରେ ସେ ନେଇ ଭିଜିଲାନ୍ସ ଟିମ ଯାଞ୍ଚ କରୁଛି । ତେବେ କେଉଁ କାରଣ ପାଇଁ ଲାଞ୍ଚ ନେଉଥିଲେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Related Articles

Back to top button