ଶ୍ରଦ୍ଧାକୁ ହତ୍ୟା କରିଥିବା ଅଫତାବ ପାରସି ନୁହେଁ, ଜଣେ ଖୋଜା ମୁସ୍ଲିମ ସଂପ୍ରଦାୟର ଯୁବକ

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକରକୁ ହତ୍ୟା କରି ୩୫ ଟୁକୁରା କରିଥିବା ଅଫତାବ ଅମିନ ପୁନାୱାଲା ଏବେ ଜେଲରେ । ରିପୋର୍ଟ ଅନୁସାରେ ଜେଲରେ ବି ହତ୍ୟାକୁ ନେଇ ପୁନାୱାଲାର କୌଣସି ପଶ୍ଚାତାପ ନାହିଁ। ଶ୍ରଦ୍ଧାକୁ ହତ୍ୟା କରିଥିବାରୁ ଅଫତାବ ମନରେ ଲେଶ ମାତ୍ର ଦୁଃଖ ମଧ୍ୟ ନାହିଁ। ସେହିପରି ତା ଶବକୁ କାଟି ଟୁକୁରା ଟୁକୁରା କରି ଏଣେତେଣେ ଫିଙ୍ଗିଥିବାରୁ ମଧ୍ୟ ତାର ଅନୁଶୋଚନା ମଧ୍ୟ ନାହିଁ। ତେବେ ଶ୍ରଦ୍ଧା ହତ୍ୟା ପରେ ଅଫତାବ ପୁନାୱାଲାକୁ ନେଇ ଉଠୁଥିବା ସବୁଠୁ ବଡ ପ୍ରଶ୍ନ ହେଉଛି ତାର ଧର୍ମ କଣ? ଅନେକ ତା ଟାଇଟଲରୁ ସେ ପାରସି ବୋଲି ଭାବୁଥିଲେ। ହେଲେ ଏବେ ତା ଧର୍ମ ଉପରୁ ପରଦା ହଟିଛି। ଅଫତାବ ଜଣେ ଖୋଜା ମୁସ୍ଲିମ ସଂପ୍ରଦାୟର ଯୁବକ ବୋଲି ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନର ସଂସ୍ଥାପକ ମହମ୍ମଦ ଅଲ୍ଲି ଜିନ୍ମା ଖୋଜା ମୁସଲମାନ ସମୂଦାୟର ଥିଲେ।

ପୋଲିସ ପଚରା ଉଚରାରେ ତାର ଅପରାଧ ଲାଗି ଯଦି ତାକୁ ଫାଶୀ ବି ହୋଇଯାଏ ଏଥିଲାଗି ମଧ୍ୟ ତାର ଅନୁଶୋଚନା ନାହିଁ ବୋଲି କହିଛି। ଏଥିଲାଗି ସେ ଯେଉଁ କାରଣ କହିଛି ତାହା ମଧ୍ୟ ଆଶ୍ଚର୍ଯ୍ୟଜନକ। ଶ୍ରଦ୍ଧା ସହ ତାର ସମ୍ପର୍କ ଲାଗି ସେ ଆହୁରି ୨୦ ହିନ୍ଦୁ ଯୁବତୀଙ୍କୁ ତା ପାଲରେ ଫଶେଇ ଉପଭୋଗ କରିଥିବା କହିଛି। ଏପରିକି ଶ୍ରଦ୍ଧାକୁ ହତ୍ୟା କରିବା ପରେ ତାକୁ ସେ ପିନ୍ଧାଇଥିବା ମୁଦି ଦେଇ ମଧ୍ୟ ଜଣେ ହିନ୍ଦୁ ଯୁବତୀକୁ ତାର ଶିକାର ବନେଇଥିବାର କହିଛି।

Related Articles

Back to top button