ଚନ୍ଦ୍ରମୂଖୀ-୨ରେ ଅଭିନୟ କରିବେ କଙ୍ଗନା ରାନାୱତ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାନାୱତ ବହୁ ଚର୍ଚ୍ଚିତ ଚନ୍ଦ୍ରମୂଖୀ୨ରେ ଅଭିନୟ କରିବେ । ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି । ଫିଲ୍ମର ନିର୍ଦ୍ଦେଶନା ପି ବସୁ ଦେବେ । କଙ୍ଗନାଙ୍କ ଅପୋଜିଟରେ ତାମିଲ ଅଭିନେତା ରାଘବ ଳରେନ୍ସ ଅଭିନୟ କରିବେ । ରାଘବ କଂଚନା ଫିଲ୍ମ ନେଇ ବେଶ ଲୋକପ୍ରିୟତା ହାସଲ କରି ସାରିଛନ୍ତି । ୨୦୦୫ରେ ଚନ୍ଦ୍ରମୂଖୀ ଫିଲ୍ମ ରିଲିଜ ହୋଇଥିଲା । ଏଥିରେ ରଜନୀକାନ୍ତ ଓ ଜ୍ୟୋତିକା ସରବନନ ଅଭିନୟ କରିଥିଲେ । ମୋହନଲାଲଙ୍କ ମାଲାୟଲମ ଫିଲ୍ମ ମଣିଚିତ୍ରାଥଜୁର ରିମେକ ଅଟେ । ରିପୋର୍ଟ ମୁତାବକ ଡିସେମ୍ବରରୁ ଏହାର ଶୁଟିଂ ଆରମ୍ଭ ହେବ ।

ଏର୍ମଜେନ୍ସି ଫିଲ୍ମ ଶୁଟିଂକୁ କିଛି ଦିନ ପାଇଁ ବନ୍ଦ ରଖି କଙ୍ଗନା ଏଥିରେ ବ୍ୟସ୍ତ ରହିବେ । ଚନ୍ଦ୍ରମୂଖୀ ଭୂମିକା ନେଇ କଙ୍ଗନା ବେଶ ଉତ୍ସାହିତ ଅଛନ୍ତି । ତାମିଲ ଫିଲ୍ମର ମହାରଥୀ ପି ବାସୁଙ୍କ ସହ ଅଭିନୟ କରିବା ମୋ ପାଇଁ ଭାଗ୍ୟର କଥା ବୋଲି ସେ କହିଛନ୍ତି । ରାଘବ ମଧ୍ୟ ଲାଇକା ପ୍ରଡକ୍ସନ ଓ ବାସୁ ସାରଙ୍କ ସହ କାମ କରିବା ପାଇଁ ପୁନର୍ବାର ପ୍ରସ୍ତୁତ ବୋଲି କହିଛନ୍ତି ।

Related Articles

Back to top button