ସିଙ୍ଗର୍ ଦଲେର ମେହେନ୍ଦୀଙ୍କ ଗୁରୁଗ୍ରାମରେ ଥିବା ୩ଟି ଫାର୍ମହାଉସ୍ ସିଲ୍

ଗୁରୁଗ୍ରାମ : ସିଙ୍ଗର୍ ଦଲେର୍ ମେହେନ୍ଦୀଙ୍କ ୩ଟି ଫାର୍ମହାଉସ ସିଲ୍  । ଗୁରୁଗ୍ରାମରେ ଦମଦମା ଝରଣା ଜମିରେ ହୋଇଥିଲା ଏହି ଫାର୍ମହାଉସ । ଯାହା ୧.୫ ଏକରରେ ନିର୍ମିତ ହୋଇଥିଲା । ବେଆଇନ ଭାବେ ନିର୍ମାଣ କରିଥିବା ଏହି ଫାର୍ମହାଉସକୁ ସିଲ୍ କରିଦେଇଛି ଟାଉନ ପ୍ଲାନିଂ ବିଭାଗ । ଝରଣା ପାଣି ବୋହୁଥିବା ଅଞ୍ଚଳରେ ୩ଟି ଯାକ ଫାର୍ମହାଉସ ହୋଇଥିଲା । ଗୁରୁଗ୍ରାମ ଟାଉନ ପ୍ଲାନର ଅମିତ ମାଧୋଲିଆ କହିଛନ୍ତି ଯେ, ଏହି ଫାର୍ମହାଉସଗୁଡିକୁ ଭଙ୍ଗାଯାଇପାରେ ନଚେତ୍ ଦଲେର ମେହେନ୍ଦୀଙ୍କ ଠାରୁ ଜରିମାନା ଆଦାୟ କରାଯାଇପାରେ ।

Related Articles

Back to top button