୫.୭ ସେଣ୍ଟିମିଟର ଲମ୍ବର ଲାଙ୍ଗୁଡ ସହ ଶିଶୁ କନ୍ୟା ଜନ୍ମ

ମେକ୍ସିକୋ ସିଟି: ମେକ୍ସିକୋ ସିଟିରେ ମେଡିକାଲ ସାଇନ୍ସର ଏକ ଦୁର୍ଲଭ ଘଟଣା ସମ୍ମୁଖକୁ ଆସିଛି । ଏଠାରେ ଏକ ଶିଶୁ କନ୍ୟା ଜନ୍ମ ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ଏହି ସୁସ୍ଥ ଶିଶୁ କନ୍ୟାର ୫.୭ ସେଣ୍ଟିମିଟର ଲମ୍ବର ଏକ ଲାଙ୍ଗୁଡ ଥିଲା । ଏହାର ବ୍ୟାସ ୩ରୁ ୫ ମିିଲିମିଟର ରହିଥିଲା । କିଛି ଦିନ ମଧ୍ୟରେ ଏହା ୦.୮ ସେଂଟିମିଟର ବଢ଼ି ଯାଇଥିଲା । ତେବେ ଡାକ୍ତରଙ୍କ ପରାମର୍ଶକ୍ରମେ ଏହି ଲାଙ୍ଗୁଡକୁ ଅପରେଶନ କରି ବାହାର କରି ଦିଆ ଯାଇଥିଲା । ନ୍ୟୁବୋ ଲିୟୋନରେ ଜଣେ ବିବାହିତ ମହିଳାଙ୍କ ସିଜେରିଆନ ମାଧ୍ୟମରେ ଏହି କନ୍ୟା ଜନ୍ମ ହୋଇଥିଲା । ଏହି ଲାଙ୍ଗୁଡରେ କୌଣସି ଯନ୍ତ୍ରଣା କିମ୍ବା କିଛି ଅସୁବିଧା ପରିଲକ୍ଷିତ ହେଉ ନ ଥିଲା ।

ଶେଷରେ ଲିମ୍ବର୍ଗ ପ୍ଲାଷ୍ଟି କରାଯାଇ ଏହାକୁ ହଟା ଯାଇଥିଲା । ବିଶ୍ୱରେ ଏ ପର୍ଯ୍ୟନ୍ତ ଏ ଭଳି ୪୦ଟି କେସ ସମ୍ମୁଖକୁ ଆସିଛି ।  ଏହି ଲାଙ୍ଗୁଡକୁ ୨ ଭାଗରେ ଭାଗ କରାଯାଇଛି । ପ୍ରଥମକୁ ୱେଷ୍ଟଜିୟଲ ଟେଲ ଏବଂ ଦ୍ୱିତୀୟକୁ ଟ୍ରୁ ଟେଲ ଶ୍ରେଣୀରେ ରଖାଯାଇଛି । ଟ୍ରୁ ଟେଲରେ ହାଡ ନ ଥାଏ । ଏଥିରେ କେବଳ ଟିଶୁ ଓ ଫ୍ୟାଟ ରହିଥାଏ । ୨୦୨୧ରେ ବ୍ରାଜିଲରେ ଏ ଭଳି ଏକ ଶିଶୁ ଜନ୍ମ ହୋଇଥିଲା ।

Related Articles

Back to top button