ଆଜିଠୁ ସିଏନଜି ଓ ଏଲପିଜି ଦର, ଟ୍ରେନ ଟାଇମିଂ, ପେନସନ ଲାଇଫ୍ ସାର୍ଟିଫିକେଟ, ବ୍ୟାଙ୍କିଂ ନେଣଦେଣ, ଇନ୍ସ୍ୟୁରାନ୍ସ ଆଦି କ୍ଷେତ୍ରରେ ନିୟମରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ: ସାଧାରଣ ଭାବେ ପ୍ରତ୍ୟେକ ମାସ ଆରମ୍ଭରୁ କିଛି ନୂଆ ନିୟମ ଲାଗୁ ହୋଇଥାଏ । ଏପରି ସ୍ଥଳେ ଡିସେମ୍ବର ୧ ତାରିଖରୁ ଲାଗୁ ହେବାକୁ ଯାଉଥିବା ନିୟମ ଦ୍ୱାରା ଗ୍ରାହକମାନେ ପ୍ରଭାବିତ ହୋଇପାରନ୍ତି । ସିଏନଜି ଓ ଏଲପିଜି ଦର, ଟ୍ରେନ ଟାଇମିଂ, ପେନସନ ଲାଇଫ୍ ସାର୍ଟିଫିକେଟ, ବ୍ୟାଙ୍କିଂ ନେଣଦେଣ, ଇନ୍ସ୍ୟୁରାନ୍ସ ଆଦି କ୍ଷେତ୍ରରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିପାରେ ।

୧- ଡିସେମ୍ବର ୧ ତାରିଖରୁ ଥାର୍ଡ ପାର୍ଟି ଇନ୍ସ୍ୟୁରାନ୍ସରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଥାର୍ଡ ପାର୍ଟି ବୀମା କ୍ଷେତ୍ରରେ ସର୍ଭିସ ଚାର୍ଜ ବୃଦ୍ଧି ଦେଖିବାକୁ ମିଳିପାରେ ।

୨- ଡିସେମ୍ବର ପହିଲାରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମରୁ ଅର୍ଥ କାଢ଼ିବା ନିୟମ ବଦଳିପାରେ । ମେଶିନରେ କାର୍ଡ ଭର୍ତ୍ତି କରିବା ପରେ ଆପଣଙ୍କ ଫୋନକୁ ଏକ ଓଟିପି ଆସିବ । ତାହାକୁ ଭରିବା ପରେ ଆପଣମାନେ ଅର୍ଥ ଉଠାଇ ପାରିବେ ।

Related Articles

Back to top button