ଡିସେମ୍ବରରେ ରେପୋ ରେଟ୍ ୩୫ ବେସିସ୍ ପଏଣ୍ଟ ବୃଦ୍ଧି କରିପାରେ ଆରବିଆଇ
ନୂଆଦିଲ୍ଳୀ: ନିକଟ ଅତୀତରେ ରିଜର୍ଭ ବ୍ୟାଙ୍କ ଅନେକ ଥର ରେପୋ ରେଟ୍ ବୃଦ୍ଧି କରିଛି। ଏବେ ଏକ ନୂଆ ସର୍ଭେ ଅନୁଯାୟୀ, ବିଶେଷଜ୍ଞଙ୍କ ମତରେ ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ରେ ବୃଦ୍ଧି ଜାରି ରଖିପାରେ। ଅର୍ଥନୀତି ବିଶାରଦଙ୍କ ଅନୁଯାୟୀ ଆରବିଆଇ ଡିସେମ୍ବରରେ ରେପୋ ରେଟ୍ ୩୫ ବେସିସ୍ ପଏଣ୍ଟ ବୃଦ୍ଧି କରିପାରେ। ଫଳରେ ଏହା ୬.୨୫ ପ୍ରତିଶତ ହୋଇପାରେ।
ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ଆସନ୍ତା ବର୍ଷ ଆରମ୍ଭରେ ମୁଦ୍ରାସ୍ଫୀତି ଚାପକୁ ରୋକିବା ପାଇଁ ଏକ ସାଧାରଣ ପ୍ରଚେଷ୍ଟା। ଅକ୍ଟୋବରରେ ମୁଦ୍ରାସ୍ଫୀତି ୬.୭୭ % ପର୍ଯ୍ୟନ୍ତ କମ୍ ହୋଇଯାଇଥିଲା। କିନ୍ତୁ ଯଦି ଆରବିଆଇ ରେପୋ ରେଟରେ ଏହି ବୃଦ୍ଧି କରୁଛି ତେବେ ନିଶ୍ଚିତ ଭାବରେ ଆପଣଙ୍କ ଇଏମଆଇ ମଧ୍ୟ ବଢ଼ିଯିବ ଏବଂ ଋଣ ମହଙ୍ଗା ହେବ।