କୋଣାର୍କରେ ୧୩ତମ ବାଲୁକା କଳା ଉତ୍ସବ-୨୦୨୨
କୋଣାର୍କ : ଉଦଘାଟିତ ହେଲା ୧୩ତମ ବାଲୁକା କଳା ଉତ୍ସବ୨୦୨୨। ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ଏବଂ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା।୩୩ ତମ କୋଣାର୍କ ଉତ୍ସବର ପ୍ରଥମ ଦିନରେ ଚନ୍ଦ୍ରଭାଗା ବେଳା ମାର୍ଗରେ ଅନୁଷ୍ଠିତ ହୋଇଛି ୧୩ତମ ବାଲୁକା କଳା ଉତ୍ସବ। ଚନ୍ଦ୍ରଭାଗା ବେଳା ମାର୍ଗକୁ ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରିବା ପାଇଁ ସୁସଜ୍ଜିତ କରାଯାଇଛି। ସୁରକ୍ଷା ଦୃଷ୍ଟିରେ କୋଣାର୍କ ଉତ୍ସବ ପାଇଁ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛିl
ଏହି ବାଲୁକାକଳା ଉତ୍ସବରେ ୩୫ଟି ଷ୍ଟଲ୍ ପଡ଼ିଥିବା ବେଳେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ପ୍ରାୟ ୧୦୩ରୁ ଅଧିକ ବାଲୁକା ଶିଳ୍ପୀ ଏଥିରେ ଯୋଗ ଦେଇଛନ୍ତି। ସେହିପରି ୫ ଜଣ ବିଦେଶୀ ବାଲୁକା ଶିଳ୍ପୀଙ୍କ ସହିତ ରାଜ୍ୟ ବାହାରୁ ୯ ଜଣ ଶିଳ୍ପୀ ମଧ୍ୟ ଭାଗ ନେଇଛନ୍ତି।ଗୁରୁବାର ସନ୍ଧ୍ୟା ୫ଟା ବେଳେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱନୀ ପାତ୍ର ଏବଂ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସହିତ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବେଲୁନ ଉଡ଼ାଇ ବାଲୁକା କଳା ଉତ୍ସବକୁ ଉଦଘାଟନ କରିଛନ୍ତିl
ସମସ୍ତ ପ୍ରତିଯୋଗୀଙ୍କ କଳାକୁ ଉଭୟମନ୍ତ୍ରୀ ବୁଲି ଦେଖିଥିଲେ। ଏହା ସହିତ ୨୦୨୩ରେ ହେବାକୁ ଥିବା G20 ବୈଠକ ବିଷୟକୁ ନେଇ ଶିଳ୍ପୀମାନେ ନିଖୁଣ ଭାବେ ବାଲୁକା କଳା କରିଛନ୍ତି। ଏହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି।