ନଭେମ୍ୱରରେ ଜିଏସଟି ସଂଗ୍ରହ ୧,୪୫,୮୬୭ କୋଟି, ଗତ ବର୍ଷ ସମାନ ଅବଧି ତୁଳନାରେ ୧୧ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ନଭେମ୍ୱରରେ ଜିଏସଟି ସଂଗ୍ରହ ୧,୪୫,୮୬୭ କୋଟି ରହିଛି । ଗତ ବର୍ଷ ସମାନ ଅବଧି ତୁଳନାରେ ଏଥିରେ ୧୧ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି । ଅନ୍ୟପଟେ ଲଗାତାର ନବମ ମାସରେ ଜିଏସଟି ସଂଗ୍ରହ ୧.୪୫ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି ।

ନଭେମ୍ୱରରେ ମୋଟ ଜିଏସଟି ସଂଗ୍ରହ ୧,୪୫,୮୬୭ କୋଟି ରହିଛି । ଏଥିରେ ସିଜିଏସଟି ୨୫,୬୮୧କୋଟି, ଏସଜିଏସଟି ୩୨,୬୫୧ କୋଟି, ଆଇଜିଏସଟି ୭୭,୧୦୩ କୋଟି ଟଙ୍କା ରହିଛି । ଏହାଛଡା କେନ୍ଦ୍ର ସରକାର ନଭେମ୍ୱର ୨୦୨୨ରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକୁ ଜିଏସଟି କ୍ଷତିପୂରଣ ବାବଦକୁ ୧୭,୦୦୦ କୋଟି ଟଙ୍କା ଜାରି କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ୨୦୨୨ ଅକ୍ଟୋବରରେ ଜିଏସଟି ସଂଗ୍ରହର ଦ୍ୱିତୀୟ ସବୁଠୁ ମାସିକ କଲେକ୍ସନ ଥିଲା । ଏହା ପୂର୍ବରୁ ୨୦୨୨ ଏପ୍ରିଲରେ ଜିଏସଟି ସଂଗ୍ରହ ୧.୫୦ ଲକ୍ଷ କୋଟି ଟଙ୍କା ଟପିଥିଲା।

Related Articles

Back to top button