ପ୍ରକାଶ ପାଇବ ନାହିଁ ଏଏସଓ ଫଳ, ରୋକ ଲଗାଇଲେ ହାଇକୋର୍ଟ
ଭୁବନେଶ୍ୱର: ପ୍ରକାଶ ପାଇବ ନାହିଁ ଏଏସଓ ଫଳ । ରୋକ ଲଗାଇଲେ ହାଇକୋର୍ଟ । ଏଏସଓ ପରୀକ୍ଷାକୁ ନେଇ ରାୟ ଶୁଣାଇଲେ ହାଇକୋର୍ଟ । କୋର୍ଟର ବିନା ଅନୁମତିରେ ଓପିଏସସି ପରୀକ୍ଷାଫଳ ପ୍ରକାଶ କରିପାରିବ ନାହିଁ ବୋଲି ହାଇକୋର୍ଟ ଦେଇଛନ୍ତି ଆଦେଶ । ଏହା ସହିତ ଚୂଡାନ୍ତ ତାଲିକା ପ୍ରକାଶ ଉପରେ ମଧ୍ୟ ରୋକ ଲଗାଇଛନ୍ତି ।
ଏହା ସହିତ କମ୍ପ୍ୟୁଟର ପ୍ରୋଫିସିଏନ୍ସି ଟେଷ୍ଟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ମୁତାବକ କିଛି ଦିନ ତଳେ ଏଏସଓ ମାମଲା ପୁଣି ଥରେ ହାଇକୋର୍ଟରେ ପହଞ୍ଚିଥିଲା । ଯାହା ପାଇଁ ହାଇକୋର୍ଟ ଡିସେମ୍ବର୨ ରେ ପରବର୍ତ୍ତି ଶୁଣାଣି କରିବ ବୋଲି ହାଇକୋର୍ଟ ନିଷ୍ପତ୍ତି ନେଇଥିଲେ ।
ଏଏସଓ ପରୀକ୍ଷା କୁ ନେଇ ବିବାଦ କମିବାର ନାମ ନେଉ ନାହିଁ ।ଏଏସଓ ପରୀକ୍ଷା ମୂଲ୍ୟାଙ୍କନକୁ ନେଇ ପୁଣି ବିବାଦ ଦେଖାଦେଇଛି । ମୂଲ୍ୟାଙ୍କନକୁ ଚ୍ୟାଲେଞ୍ଜ କରି ଏହି ମାମଲା ପୁଣି ଥରେ ହାଇ କୋର୍ଟରେ ପହଞ୍ଚିଥିଲା । ଓପିଏସିକୁ ଉତ୍ତର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି ଏହି ମାମଲା ଉପରେ ଶୁଣାଣି ହେଇଛି ।