ଛତିଶଗଡରେ ଖନନ ସମୟରେ ଖଣିରେ ମାଟି ଅତଡା ଖସି ୭ ଜଣ ମୃତ
ବସ୍ତର: ଛତିଶଗଡର ବସ୍ତର ଜିଲ୍ଲାର ଜଗଦଲପୁରରେ ୧୦ରୁ ଅଧିକ ଶ୍ରମିକ ମାଟି ଗଦା ତଳେ ପୋତି ହୋଇଯାଇଥିଲେ। ଚୁଇ ଖଣିରେ ଖନନ ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନାନୁସାରେ, ଏହି ଦୁର୍ଘଟଣାରେ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଜେସିବି ସହାୟତାରେ ଏହି ମୃତଦେହକୁ ଉଦ୍ଧାର କରାଯାଇଥିଲା ଏବଂ ଆହୁରି ଅଧିକ ଶ୍ରମିକ ଖଣି ତଳେ ପୋତି ହୋଇଥିବାର ଭୟ ରହିଛି। ଏମାନଙ୍କ ମଧ୍ୟରେ ମହିଳାମାନେ ମଧ୍ୟ ରହିଛନ୍ତି।
ଛତିଶଗଡର ମାଲଗାଓଁ ପଞ୍ଚାୟତରେ ଏହି ଦୁର୍ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଶାସନ ମଧ୍ୟ ମାଟି ତଳେ ପୋତି ହୋଇଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ପ୍ରସାୟ କରୁଛି । ଛତିଶଗଡର ବସ୍ତର ଜିଲ୍ଲାରେ ହଳଦିଆ ଖଣିରେ ପୋତି ଦିଆଯିବା ପରେ ୬ ଜଣ ମହିଳାଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି।