ପୋଲିସ ନିକଟରେ ଦିଆଯାଉଥିବା ସ୍ଵୀକାରୋକ୍ତି କାହିଁକି କୋର୍ଟରେ ବୈଧ୍ୟ ହୁଏ ନାହିଁ
ଅଭିଯୁକ୍ତଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଆଧାରରେ ଏଫ୍ଆଇଆର୍ ପଞ୍ଜିକରଣ କରିଥାଏ । କିନ୍ତୁ ପୋଲିସ ଆଗରେ ଅଭିଯୁକ୍ତ ତାର ଦୋଷ ସ୍ୱୀକାର କଲେ ମଧ୍ୟ ତାକୁ ଅବୈଧ ବୋଲି ବିବେଚନା କରାଯାଏ କାହିଁକି ? ଭାରତୀୟ ଦଣ୍ଡ ବିଧାନରେ ସବୁ ପାଇଁ ଭିନ୍ନ ଭିନ୍ନ ଆଇନ ରହିଛି । ପୋଲିସ ଆଉ କୋର୍ଟକୁ ସ୍ୱତନ୍ତ୍ର ଅଧିକାର ଦିଆ ଯାଇଛି , ସେଥିପାଇଁ ଜଣେ ବ୍ୟକ୍ତି ସର୍ବଦା ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇ ପାରିବେ କିନ୍ତୁ ପୋଲିସ ଷ୍ଟେସନର ନୁହେଁ । ତେବେ ଚାଲନ୍ତୁ ଜାଣିବା ପୋଲିସ ନିକଟରେ ଦିଆଯାଉଥିବା ବୟାନ ବା ସ୍ଵୀକାରୋକ୍ତି କାହିଁକି କୋର୍ଟରେ ମାନ୍ୟ ବା ବୈଧ୍ୟ ହୁଏ ନାହିଁ।
ଧାରା ୨୪-୨୮ ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କୁ ଡରାଇ, ଧମକାଇ ତାଙ୍କ ଠାରୁ ବୟାନ ରେକର୍ଡ କରାଯାଇଛି ତେବେ ତାହାକୁ ପଲ୍ୟୁଟେଡ କନ୍ଫେସନ ବୋଲି କୁହାଯାଏ । ଏହି ବୟାନର କୌଣସି ମୂଲ୍ୟ ନାହିଁ ଏବଂ ଏହାକୁ କୋର୍ଟ କଦାପି ସ୍ଵୀକାର କରିବେ ନାହିଁ। ଇଣ୍ଡିଆ ଏଭିଡେନ୍ସି ଆକ୍ଟ ସେକ୍ସନ ୨୪ ରେ ଏହି ବିଷୟରେ ସମ୍ୟକ ସୂଚନା ଦିଆଯାଇଛି । କିନ୍ତୁ ବ୍ୟକ୍ତି ଯଦି କୌଣସି ଚାପ ଏବଂ ଭୟଭୀତରେ ନ ଆସି ନିଜେ ପଶ୍ଚ୍ୟାତାପ କରୁଛନ୍ତି ଏବଂ ଦୋଷ ସ୍ଵୀକାର କରୁଛନ୍ତି ତେବେ ଇଣ୍ଡିଆ ଏଭିଡେନ୍ସି ଆକ୍ଟ ସେକ୍ସନ ୨୮ ଅନୁସାରେ ତାଙ୍କର ବୟାନକୁ ବୈଧ ବୋଲି କୁହାଯାଏ। ଠିକ ସେହି ପରି ଯଦି ଜଣେ ବ୍ୟକ୍ତି କୋର୍ଟରେ ପୋଲିସର ଉପସ୍ଥିତିରେ ମାଜେଷ୍ଟ୍ରି ଆଗରେ ଯଦି କୌଣସି ବୟାନ ଦେଉଛି ତେବେ ତାହାକୁ ଗ୍ରହଣ କରାଯିବ ।
କାହିଁକି ପୋଲିସ ନିକଟରେ ରେକର୍ଡ କରାଯାଇଥିବା ବୟାନ ବୈଧ ନୁହେଁ
ଇଣ୍ଡିଆ ଏଭିଡେନ୍ସି ଆକ୍ଟ ସେକ୍ସନ ୨୫ ଅନୁସାରେ ଯଦି କୌଣସି ବ୍ୟକ୍ତି ପୋଲିସ ଆଗରେ କୌଣସି ବୟାନ ଦେଉଛି ତାହା ବୈଧ ହେବ ନୁହେଁ ବୋଲି କୁହାଯାଇଛି । ଯଦି ଏମିତି ନିଜସ୍ୱ ସ୍ୱୀକାର ଉକ୍ତିକୁ ଗ୍ରହଣ କରାଯିବ ତେବେ ପୋଲିସ କୌଣସି ବ୍ୟକ୍ତିଙ୍କ ଠାରୁ କିଛି ବି ରେକର୍ଡ କରି ତାକୁ କୋର୍ଟରେ ଉପସ୍ଥାପନ କରିବ। ପୁଣି ଏହାର ଆଧାରରେ କେସ କୋର୍ଟରେ ମଧ୍ୟ ପ୍ରମାଣିତ ହୋଇ ଯିବ । ଏମିତି ହେଲେ ଜଣେ ସର୍ଚ୍ଚୋଟ ବ୍ୟକ୍ତିଙ୍କୁ ନ୍ୟାୟ ମିଳିବ ନାହିଁ । ଏଥିପାଇଁ କୋର୍ଟ ସାକ୍ଷ୍ୟ ପ୍ରମାଣ ଆଧାରରେ ହିଁ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଥାନ୍ତି। ପୋଲିସର ଦ୍ୱାରା ରେକର୍ଡ କରାଯାଇଥିବା ବୟାନ ମାଧ୍ୟମରେ ନୁହେଁ ।
କେବେ କନଫେନସନ ବା ବୟାନ ମାନ୍ୟ ହୁଏ ? ସେକ୍ଟନ ୨୬ ଅନୁଯାୟୀ, ଯଦି ମାଜିଷ୍ଟ୍ରେଟଙ୍କ ସାମ୍ନାରେ ବ୍ୟକ୍ତି ବୟାନ ଦେଉଛନ୍ତି, ସେହି ସମୟରେ ପୋଲିସ ଉପସ୍ଥିତ ଥାଉ ନା କାହିଁକି ଉକ୍ତ ବୟାନ ବା କନଫେନସନକୁ ମାନ୍ୟ ବୋଲି କୁହାଯିବ। ଏହାକୁ ପ୍ରମାଣ ଆଧାରରେ କୋର୍ଟରେ ଉପସ୍ଥାପନ କରାଯାଇ ପାରିବ।