ଇଣ୍ଡୋନେସିଆରେ ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ରଖିଲେ ବର୍ଷେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ରଖିଲେ ବର୍ଷେ ଜେଲ୍‌ ଦଣ୍ଡ ହେବ। ଏଭଳି ଏକ ନିୟମ ଆଣିବାକୁ ଯାଉଛି ବିଶ୍ୱର ବୃହତ ମୁସ୍ଲିମ ଦେଶ ଇଣ୍ଡୋନେସିଆ। ଦେଶରେ ସଂସଦରେ ଏଭଳି ଏକ ବିଲ୍ ଆସିବାକୁ ପ୍ରସ୍ତୁତି ଜାରି ରହିଛି। ସ୍ଥାନୀୟ ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶ ପାଇଛି।

ଇଣ୍ଡୋନେସିଆର ଆସୁଥିବା ଆଇନ ଅନୁସାରେ, ଧାରା ୪୧୩ ପାରାଗ୍ରାଫ-୧ରେ ଯଦି ଜଣେ ପୁରୁଷ ଓ ମହିଳା ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ରଖିଲେ ତେବେ ସେମାନଙ୍କୁ ଅତି କମ୍‌ରେ ବର୍ଷେ ଜେଲ୍‌ ଓ ନିର୍ଦ୍ଧାରିତ ଫାଇନ କରାଯିବ। ତେବେ ଯଦି ବ୍ୟଭିଚାର କରୁଥିବା ପତିଙ୍କ ପତ୍ନୀ ଓ ପତ୍ନୀଙ୍କ ପତି କିମ୍ବା ପରିବାରଙ୍କ ପକ୍ଷରୁ ଅଭିଯୋଗ ଆସିଲେ ଯାଇ ଏହି ନିୟମ ଲାଗୁ ହେବ।

୧୪୪ ଧାରାରେ ଆହୁରି ମଧ୍ୟ କୁହାଯାଇଛି ଯେ  ଏଭଳି ମାମଲାରେ ଯଦି ଅଭିଯୋଗ କର୍ତ୍ତା ଅଭିଯୋଗ ଉଠାଇ ନେବାକୁ ଚାହିଁବେ ତେବେ ଟ୍ରାଏଲ ରନିଂ ପୂର୍ବରୁ ମାମଲା ଉଠାଇ ନେଇପାରିବେ । ଏହା ପୂର୍ବରୁ ମଧ୍ୟ ଏହି ନିୟମ ଆଣିବାକୁ ଇଣ୍ଡୋନେସିଆ ସରକରା ଯୋଜନା କରିଥିଲେ। ହେଲେ ଏନେଇ ଦେଶବ୍ୟାପୀ ଆନ୍ଦୋଳନ ହୋଇଥିଲା।

Related Articles

Back to top button