ଟେନିସ୍ ବଲ ଟୁର୍ଣ୍ଣାମେଣ୍ଟରେ ଓଭରର ୬ଟି ବଲରେ ୬ଟି ୱିକେଟ୍ ନେଲେ ବୋଲର

ବୋଲିଂରେ କେବେ ଶୁଣାଯାଏ ନାହିଁ ଯେ ବୋଲର ଗୋଟିଏ ଓଭରର ସମସ୍ତ ବଲରେ ୱିକେଟ୍ ନେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଏପର୍ଯ୍ୟନ୍ତ ଏପରି ଘଟିନାହିଁ ଯେ ୬ଟି ବଲରେ ୬ଟି ୱିକେଟ୍ ଜଣେ ନେଇଥିବ। କିନ୍ତୁ ମହାରାଷ୍ଟ୍ରର ଏକ ଟେନିସ୍ ବଲ ଟୁର୍ଣ୍ଣାମେଣ୍ଟରେ ଏହା ଘଟିଛି। ପାନଭେଲରେ ଖେଳାଯାଉଥିବା ଏକ ଟୁର୍ଣ୍ଣାମେଣ୍ଟରେ ଜଣେ ବୋଲର ଓଭରର ୬ଟି ବଲରେ ୬ଟି ୱିକେଟ୍ ନେଇଥିଲେ।

ଏହି ଟୁର୍ଣ୍ଣାମେଣ୍ଟରେ ଲକ୍ଷ୍ମଣ ନାମକ ଜଣେ ବୋଲର ଗୋଟିଏ ଓଭରରେ ୬ଟି ବଲରେ ୬ଟି ୱିକେଟ୍ ନେଇଥିଲେ। ଏହି ମ୍ୟାଚ୍ ଡୋଣ୍ଡ୍ରାଚାପଡା ଏବଂ ଗାଓ୍ବଦେବୀ ପେଠ୍ ମଧ୍ୟରେ ହୋଇଥିଲା। ଜିତିବା ପାଇଁ ଡୋଣ୍ଡ୍ରାଚାପଡା ୪୩ ରନ୍ ଆବଶ୍ୟକ କରିଥିଲା। କିନ୍ତୁ ପ୍ରଥମ ଓଭରରେ ତାଙ୍କର ୬ ଜଣ ବ୍ୟାଟସମ୍ୟାନ ପାଭିଲିୟନକୁ ଫେରିଥିଲେ। ଲକ୍ଷ୍ମଣ ଏହି ଓଭରରେ ଗୋଟିଏ ବି ରନ୍ ଦେଇନଥିଲେ। ଏହା ପ୍ରଥମ ଘଟଣା ନୁହେଁ ଯେ ଜଣେ ବୋଲର ୬ଟି ବଲରେ ୬ଟି ୱିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଅଷ୍ଟ୍ରେଲିଆର ଏକ ସ୍ଥାନୀୟ ମ୍ୟାଚ୍‌ରେ ଏହି କୀର୍ତ୍ତିମାନ ରହିଛି।

ଇଣ୍ଡିଆନ୍ ଏକ୍ସପ୍ରେସର ୱେବସାଇଟରେ ୨୬ ଜାନୁଆରୀ ୨୦୧୭ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆଲେଡ୍ କାରୀ ଏହି ରେକର୍ଡ ପୂର୍ବରୁ କରିଛନ୍ତି। ସେ ଗୋଲଡେନ୍ ପଏଣ୍ଟ କ୍ରିକେଟ୍ କ୍ଲବ ସହିତ ଖେଳିବାବେଳେ ବଲାରାଟ କ୍ରିକେଟ୍ ଆସୋସିଏସନରେ ଏହି ରେକର୍ଡ କରିଥିଲେ।

Related Articles

Back to top button