ଓଟିଏମକୁ ରାଜ୍ୟ ସରକାର ନିଜ ଦଖଲ ନେବାରେ ବିଳମ୍ବ ପାଇଁ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

କଟକ: ସରକାରୀ ଉଦ୍ୟୋଗ ଓଡ଼ିଶା ଟେକ୍ସଟାଇଲ୍ ମିଲ୍ସ (ଓଟିଏମ୍) ଅଧିଗ୍ରହଣରେ ଓଡ଼ିଶା ସରକାରଙ୍କ ଅପ୍ରତ୍ୟାଶିତ ବିଳମ୍ବକୁ ନେଇ ଶୁକ୍ରବାର ଓଡ଼ିଶା ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦିଓ ସରକାର ପୂର୍ବ ଆଦେଶ ଅନୁଯାୟୀ ୧୧୫ କୋଟି ଟଙ୍କା ଜମା କରିସାରିଛନ୍ତି।

ହାଇକୋର୍ଟ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସଦ୍ୟତମ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ନିଯୁକ୍ତ କର୍ତ୍ତୃପକ୍ଷ (ଲିକ୍ୱିଡେଟର) ଓଟିଏମ୍ ଅଫିସରେ ଡିସେମ୍ବର ୫ ତାରିଖ ଅପରାହ୍ନ ୪ଟା ସୁଦ୍ଧା ଓଟିଏମ୍କୁ ନିଜ ଅଧିନକୁ ନେବା କଥା। ଯଦି ଅଧିଗ୍ରହଣରେ ସରକାର ବିଫଳ ହୁଅନ୍ତି ତେବେ ମାସିକ ୬ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ।

ପୂର୍ବ ସଂଶୋଧନ ଅନୁଯାୟୀ ଟେକ୍ସଟାଇଲ୍ ମିଲରେ ଦଖଲ ନେବାରେ ବିଳମ୍ବ ପାଇଁ ଓଟିଏମ୍ ପକ୍ଷରୁ ଦାୟର ଆବେଦନର ଶୁଣାଣି ବେଳେ ଏହି ଘୋଷଣା କରାଯାଇଛି।

ପୂର୍ବ ନିର୍ଦ୍ଦେଶକୁ ପାଳନ କରି ରାଜ୍ୟ ସରକାର ଓଟିଏମକୁ ନିଜ ହାତକୁ ନେବାକୁ ଆଗ୍ରହ ପ୍ରକାଶ କରିବା ସହ ରାଷ୍ଟ୍ରାୟତ୍ତ ବୟନଶିଳ୍ପ ମିଲର ଅଫିସିଆଲ ଲିକ୍ୱିଡେଟରଙ୍କ ନିକଟରେ ୧୧୫ କୋଟି ଟଙ୍କା ଜମା କରିସାରିଛନ୍ତି। ତେବେ ସରକାର ଏହି ଅଧିଗ୍ରହଣ ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି।

ପୂର୍ବରୁ ହାଇକୋର୍ଟ ଟେକ୍ସଟାଇଲ୍ ମିଲରେ ଦଖଲ ହସ୍ତାନ୍ତର ପ୍ରକ୍ରିୟା ନିର୍ଦ୍ଧାରଣ କରିସାରିଛନ୍ତି। ଏପରିକି ସରକାରଙ୍କ ଦ୍ୱାରା ନିଯୁକ୍ତ ଅଧିକାରୀମାନେ ଦୁଇ ଦୁଇ ଥର ଓଟିଏମ୍ ପରିଦର୍ଶନରେ ଯାଇଥିଲେ। ତେବେ ବିଭିନ୍ନ କାରଣ ଦର୍ଶାଇ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ବିଳମ୍ବ କରାଯାଉଛି ବୋଲି ଓଟିଏମର ଅଫିସିଆଲ ଲିକ୍ୱିଡେଟର ଅଭିଯୋଗ କରିଛନ୍ତି।

 

 

Related Articles

Back to top button