ଗୁଗଲର ସିଇଓ ସୁନ୍ଦର ପିଚାଇ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ

ନୂଆଦିଲ୍ଲୀ: ଗୁଗଲର CEO ସୁନ୍ଦର ପିଚାଇଙ୍କୁ ପଦ୍ମ ଭୂଷଣ । ଭାରତର ସବୁଠାରୁ ବଡ ତୃତୀୟ ନାଗରିକ ସମ୍ମାନ  ପଦ୍ମ ଭୂଷଣରେ ସମ୍ମାନିତ ହୋଇଛନ୍ତି  ସୁନ୍ଦର ପିଚାଇ  । ଆମେରିକୀ ନାଗରିକ ତଥା ତାମିଲନାଡୁ ମଦୁରାଇରେ ଜନ୍ମିତ ସୁନ୍ଦର ପିଚାଇଙ୍କୁ  ବ୍ୟାବସାୟିକ ଏବଂ ଉଦ୍ୟୋଗିକ କ୍ଷେତ୍ରର ସଫଳତା ପାଇଁ ୨୦୨୨  ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ଆମେରିକାରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ଭାରତୀୟ ରାଷ୍ଟ୍ରଦୂତ ତରଣଜିତ ସିଂହ ସନ୍ଧୁ । ଶୁକ୍ରବାର ସାନଫ୍ରାନସିସ୍କୋରେ ଆୟୋଜିତ ଏକ ଭବ୍ୟ ସମାରୋହରେ ତାଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପିଚାଇଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।

ଏହି ସମ୍ମାନ ସ୍ୱୀକାର କରି ପିଚାଇ ବେଶ ଭାବବିହ୍ୱଳ ହୋଇପଡ଼ିଥିଲେ ।  ସେ କହିଥିଲେ,  ‘ଏହି ସମ୍ମାନ ପାଇଁ ମୁଁ ଭାରତ ସରକାର ଏବଂ ଭାରତବାସୀଙ୍କ ପାଖରେ ହୃଦୟର ସହ କୃତଜ୍ଞ । ମୁଁ ସବୁବେଳେ ଭାରତ ସହ ଯୋଡ଼ି ହୋଇ ରହିଥିବା ପରି ଅନୁଭବ କରେ । ଭାରତ ମୋ ଜୀବନର ଏକ ଅଂଶ ଏବଂ ମୁଁ ଯେଉଁଆଡେ ଯାଏ ଏହି ଅନୁଭବକୁ   ସାଥିରେ ନେଇ ଯାଇଥାଏ ।’

Related Articles

Back to top button