୫୦୦ ବିଲିୟନ ଡଲାର ଟପିଲା ବିଦେଶୀ ମୁଦ୍ରା ଭଣ୍ଡାର, ଲଗାତାର ତୃତୀୟ ସପ୍ତାହରେ ବଢିଲା

ନୂଆଦିଲ୍ଲୀ: ନଭେମ୍ୱର ୨୫ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ପୁଣି ବଢିଛି । ଏହା ଲଗାତାର ତୃତୀୟ ସପ୍ତାହରେ ଯେତେବେଳେ ବିଦେଶୀ ମୁଦ୍ରା ଭଣ୍ଡାର ବଢିଛି । ଆଲୋଚ୍ୟ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ୨.୯ ବିଲିୟନ ଡଲାର ବଢି ୫୫୦.୧୪ ବିଲିୟନ ଡଲାରରେ ପହଞ୍ଚିଛି।

ଆରବିଆଇ ଡାଟା ଅନୁସାରେ ନଭେମ୍ୱର ୧୮ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ୨.୫୪ ବିଲିୟନ ଡଲାର ବଢି ୫୪୭.୨୫ ବିଲିୟନ ଡଲାରରେ ପହଞ୍ଚିଥିଲା । ୨୦୨୧ ଅଗଷ୍ଟ ପରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ଏହି ସପ୍ତାହରେ ସବୁଠୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି । ଉଲ୍ଲେଖଯୋଗ୍ୟ ଯେ ୨୦୨୧ ଅକ୍ଟୋବରରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୬୪୫ ବିଲିୟନ ଡଲାରର ସର୍ବକାଳୀନ ଉଚ୍ଚସ୍ତରରେ ପହଞ୍ଚିଥିଲା ।

କେନ୍ଦ୍ରୀୟ ବ୍ୟାଙ୍କ କହିଛି, ମୋଟ ମୁଦ୍ରା ଭଣ୍ଡାରର ଗୁରୁତ୍ୱପୂର୍ଣ୍ଣ ଅଂଶ ଧରାଯାଉଥିବା ବିଦେଶୀ ମୁଦ୍ରା ସମ୍ପତ୍ତି (ଏଫସିଏ) ନଭେମ୍ୱର ୨୫ରେ ଶେଷ ସପ୍ତାହରେ ତିନି ବିଲିୟନ ଡଲାର ବଢି ୪୫୪.୨୮ ବିଲିୟନ ଡଲାର ହୋଇଛି । ଏହାସହ ସୁନା ଭଣ୍ଡାରର ମୂଲ୍ୟ ସପ୍ତାହରେ ୭.୩ କୋଟି ଡଲାରର ହ୍ରାସ ସହ ୩୯.୯୩୮ ବିଲିୟନ ଡଲାର ରହିଛି । ଏହି ସପ୍ତାହରେ ଆଇଏମଫରେ ରଖାଯାଇଥିବା ଦେଶର ମୁଦ୍ରା ଭଣ୍ଡାର ମଧ୍ୟ ୧.୪ କୋଟି ଡଲାର କମି ୫.୦୩ ବିଲିୟନ ଡଲାର ହୋଇଛି ।

Related Articles

Back to top button