ଜେଏନୟୁରେ ପୁଣି ନୂଆ ବିବାଦ: କଲେଜ୍ କାନ୍ଥରେ ଲେଖାଯାଇଛି ଜିହାଦୀ ଭାରତ ଛାଡ଼

ନୂୂୂଆଦିଲ୍ଲୀ: ଦିଲ୍ଲୀ ଜାବାହାରଲାଲ ନେହରୁ ବିଶ୍ୱ ବିଦ୍ୟାଳୟରେ ପୁଣି ନୂଆ ବିବାଦ ଆରମ୍ଭ ହୋଇଯାଇଛି। ପରସ୍ପର ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗତ ପରଦିନ କିଛି ଅଜ୍ଞାତ କଲେଜ୍ କାନ୍ଥରେ ବ୍ରାହ୍ମଣ ଓ ବଣିଆ ଭାରତ ଛାଡ଼, ପ୍ରତିଶୋଧ ନେବୁ, ରକ୍ତର ବହିବ ଆଦି କଥା ଲେଖିଥିଲେ। ଯାହାକୁ ବିରୋଧ କରିଥିଲେ ଛାତ୍ର ବିଜେପି ଓ ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ। ଏହା ବାମପନ୍ଥୀଙ୍କର କାମ ବୋଲି ସେମାନେ ଦାୟୀ କରିଥିଲେ।

କଲେଜ୍ କାନ୍ଥରେ ବାମ ପନ୍ଥୀ ବିରୋଧୀ ନାରା ଦିଆଯାଇଛି। ଯେଉଁଥିରେ ଲେଖାଯାଇଛି ବାମପନ୍ଥୀ ଭାରତ ଛାଡ଼, ବାମପନ୍ଥୀ ଆଇଏସ୍‌ଆଇଏସ୍‌। ଏବଂ ଜିହାଦୀମାନେ ଭାରତ ଛାଡ଼। ହିନ୍ଦୁ ସୁରକ୍ଷା ଦଳର ସଦସ୍ୟମାନେ ଏମିତି ଲେଖିଥିବା ଅଭିଯୋଗ ହୋଇଛି। କାନ୍ଥରେ ବି ହିନ୍ଦୁ ରକ୍ଷ ଦଳ ବୋଲି ଲେଖାଯାଇଛି।

ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି। ଏଥିପାଇଁ ତଦନ୍ତ ଚାଲିଛି ବୋଲି କଲେଜ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ବାମପନ୍ଥୀଙ୍କ ଲେଖା ବିରୋଧରେ ହିନ୍ଦୁ ସୁରକ୍ଷା ଦଳ ଏହା ଲେଖିଥି ବୋଲି ଦଳର ସଦସ୍ୟ ଅନୁମାନ କରୁଥିବା କୁହାଯାଇଛି। ଏଥିସହିତ ଜଏନ୍‌ୟୁ ଗେଟ୍ ବାହାରେ ଦଳ ପକ୍ଷରୁ ସ୍ଲୋଗାନ ମଧ୍ୟ ଦିଆଯାଇଥିଲା।

ସେପଟେ ଉଭୟ ଘଟଣାକୁ ନେଇ ଜେଏନ୍‌ୟୁ ଭାଇସ ଚାନ୍‌ସେଲର ଶାନ୍ତିଶ୍ରୀ ପଣ୍ଡିତ ଏକ ବିବୃତ୍ତି ଜାରି କରି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ବିଚ୍ଛିନ୍ନତାବାଦୀଙ୍କ ପ୍ରବୃତ୍ତି ବୋଲି ସେ କହିଛନ୍ତି। ଏଭଳି ଘଟଣାକୁ ଆଦୋ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି।

Related Articles

Back to top button