ଟିକ୍‌ଟକ୍‌ ଷ୍ଟାର ମେଘା ଠାକୁରଙ୍କ ନିଧନ, ୨୧ ବର୍ଷରେ

ମୁମ୍ଵାଇ: ଭାରତୀୟ ମୂଳ କାନାଡିୟ ଟିକଟୋକ ତାରକା ମେଘା ଠାକୁରଙ୍କ ଦେହାନ୍ତ । ଏନେଇ ତାଙ୍କ ପିତାମାତା କିଛି ଦିନ ପରେ ହଠାତ୍ ଏବଂ ଅପ୍ରତ୍ୟାଶିତ ଭାବରେ ଦେହାନ୍ତ ହୋଇଛି ବୋଲି ସୋସିଆଲ ମିଡିଆରେ ଜଣାଇଛନ୍ତି। ମେଘା ଠାକୁରଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା ଏବଂ ସୋସିଆଲ ମିଡିଆରେ ତାଙ୍କ ଭିଡିଓ ପାଇଁ ସେ ବହୁତ ପ୍ରସିଦ୍ଧ ଥିଲେ । ଟିକଟକରେ ତାଙ୍କର ୯୩୦ ହଜାରରୁ ଅଧିକ ଫଲୋର୍ସ ଥିଲେ । ସେ ପ୍ରାୟତ ନିଜ ଡ୍ୟାନ୍ସ ଭିଡିଓ ସେୟାର କରନ୍ତି।

ତାଙ୍କ ପିତାମାତା ମେଘାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ତାଙ୍କ ମୃତ୍ୟୁ ଖବର ଦେଇଛନ୍ତି। ମେଘାଙ୍କ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ତାଙ୍କ ପିତାମାତା ଦୁଃଖଦ ସୂଚନା ସେୟାର କରି ଲେଖିଛନ୍ତି ସେ ୪୪ ନଭେମ୍ଵରରେ ପରଲୋକ ହୋଇଛନ୍ତି।  “ଅତ୍ୟନ୍ତ ଦୁଃଖ ସହ ଆମେ ଘୋଷଣା କରୁଛୁ ଯେ ଆମ ଜୀବନର ଆଲୋକ, ଆମର ଦୟାଳୁ, ଯତ୍ନଶୀଳ ତଥା ସୁନ୍ଦର ଝିଅ ମେଘା ୨୪ ନଭେମ୍ବର ୨୦୨୨ ଦିନ ସକାଳେ ହଠାତ୍ ଏବଂ ଅପ୍ରତ୍ୟାଶିତ ଭାବରେ ଦେହାନ୍ତ ହୋଇଯାଇଥିଲେ।

ସେମାନଙ୍କ ଭାବପ୍ରବଣ ପୋଷ୍ଟରେ ମେଘାଙ୍କ ପିତାମାତା ତାଙ୍କୁ ଜଣେ ଆତ୍ମବିଶ୍ୱାସୀ ଏବଂ ସ୍ୱାଧୀନ ଯୁବତୀ ବୋଲି ବର୍ଣ୍ଣନା କରିଥିଲେ। ଏହି ସମୟରେ ଆମେ ମେଘା ପାଇଁ ଆପଣଙ୍କ ଆଶୀର୍ବାଦ ଅନୁରୋଧ କରୁଛୁ।  ଏହି ଦୁଃଖଦ ଖବର ପାଇବା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ଅନେକ ପ୍ରଶଂସକ ମେଘାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। କହିବାକୁ ଗଲେ ମେଘାଙ୍କୁ ୪ ବର୍ଷ ପୂର୍ବରୁ ହୃଦ୍‌ଘାତ ହୋଇଥିଲା। ସୋସିଆଲ ମିଡିଆରେ ସେ ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଥିଲେ। ଏବେ ଅନୁମାନ କରାଯାଉଛି କି ତାଙ୍କର ହୃଦଘାତ ହେତୁ ମୃତ୍ୟୁ ହୋଇଛି।

Related Articles

Back to top button