ରାମେଶ୍ୱରମରେ ନିର୍ମାଣ ହେଉଛି ଦେଶର ପ୍ରଥମ ଲିଫ୍ଟ ବ୍ରିଜ୍

ନୂଆଦିଲ୍ଲୀ: ତାମିଲନାଡୁର ରାମେଶ୍ୱରମରେ ଦେଶର ପ୍ରଥମ ଭର୍ଟିକଲ ବ୍ରିଜ ନିର୍ମାଣ ୮୪ ପ୍ରତିଶତ ପୂରା ହୋଇଛି । ୨୦୨୩ ମାର୍ଚ୍ଚ ମାସରେ ଏହାର ଉଦଘାଟନ କରାଯିବ । ଦେଶର ପ୍ରଥମ ଏହି ପରି ପମବମ ବ୍ରିଜ୍ ରାମେଶ୍ୱରମ ଠାରୁ ମୁଖ୍ୟ ଭୂମି ମଣ୍ଡପମକୁ ଯୋଡିବ । ଭାରତୀୟ ରେଳବାଇ ଏହି ପୋଲର ନିର୍ମାଣ କରୁଛି । ରେଳ ମନ୍ତ୍ରଣାଳୟର ବୟାନରେ କୁହାଯାଇଛି ୨.୦୫ କି.ମି ଲମ୍ୱା ପମବନ ବ୍ରିଜ ରାମେଶ୍ୱରମ ଦ୍ୱୀପକୁ ମୁଖ୍ୟ ଭୂମି ସହ ଯୋଡିବ ।

ମନ୍ତ୍ରାଳୟ କହିଛି, ଏହି ସମୁଦ୍ର ପୋଲ ନିର୍ମାଣ କାର୍ଯ୍ୟ ରେଳ ବିକାଶ ନିଗମ ଲିମିଡେଟ୍ କରୁଛି । ଏଥିରେ ୫୩୫ କୋଟି ଟଙ୍କା ଖର୍ଚ୍ଚ ହେବାର ସମ୍ଭାବନା ରହିଛି । ଏହା ପୋଲ ଉପରେ ଟ୍ରେନ ଦ୍ରୁତ ଗତିରେ ଯାତ୍ରା କରିପାରିବ । ଏହାଛଡା ଏହା ଜରିଆରେ ମେନଲ୍ୟାଣ୍ଡ ଏବଂ ରାମେଶ୍ୱରମ ଦ୍ୱୀପ ମଧ୍ୟରେ ଯିବାଆସିବା କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବ ।

ରେଳ ମନ୍ତ୍ରଣାଳୟ ଅନୁସାରେ, ସମସ୍ତ ୩୩୩ ପିଲର କାମ ଶେଷ ହୋଇସାରିଛି ଏବଂ ୧୦୧ ପିଲର ଉପରେ ପୋଲ କାମ ହୋଇ ସାରିଛି । ୯୯ ଉପରେ ଫାବ୍ରିକେସନ କାମ ହୋଇସାରିଛି । ଭର୍ଟିକଲ ଲିଫ୍ଟ ସ୍ପେନ ଗର୍ଡରର ଫାବ୍ରିକେଶନ ପୂରା ହୋଇଯିବ । ରେଳ ଲାଇନ କାମ ଆରମ୍ଭ ହୋଇସାରିଛି । ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ସମୟରେ ଯେଉଁ ପମବମ ବ୍ରିଜ ଅଛି ତାହା ୧୦୫ ବର୍ଷ ପୁରୁଣା । ଏହାକୁ ୧୯୧୪ରେ ମନ୍ନାର ଉପସାଗରରେ ମଣ୍ଡପମ ଏବଂ ରାମେଶ୍ୱରମ ଦ୍ୱୀପକୁ ଯୋଡିବା ପାଇଁ ନିର୍ମାଣ କରାଯାଇଥିଲା। ୧୯୮୮ରେ ଏଠାରେ ରୋଡ ବ୍ରିଜ୍ ନିର୍ମାଣ କରାଯାଇଥିଲା। ନିର୍ମାଣଧିନ ପମବମ ବ୍ରିଜ୍ ହାଇଟେକ୍ ଇଞ୍ଜିନିୟରିଂର ଏକ ବଡ଼ ଉଦାହରଣ ।

Related Articles

Back to top button