ଛଅ ମାସର ମିଶନ ଶେଷ କରି ପୃଥିବୀକୁ ସୁରକ୍ଷିତ ଫେରିଲେ ଚୀନର ତିନି ମହାକାଶଚାରୀ

ନୂଆଦିଲ୍ଲୀ: ଚୀନର ତିନି ଜଣ ମହାକାଶଚାରୀ ଛଅ ମାସର ମିଶନ ଶେଷ କରି ରବିବାର ପୃଥିବୀକୁ ସୁରକ୍ଷିତ ଫେରିଛନ୍ତି । ତିନି ମହାକାଶଚାରୀ କମାଣ୍ଡର ଚେନ ଡୋଙ୍ଗ ଏବଂ ଟିମର ସହଯୋଗୀ ଲିୟୁ ୟାଙ୍ଗ ଏବଂ କେ ଜୁଝେ ଜୋ ସ୍ପେସ ଷ୍ଟେସନର ଫାଇନଲ କାର୍ଯ୍ୟର ନିରୀକ୍ଷଣରେ ସାମିଲ ଗୋଇଥିଲେ । ଚୀନ ମହାକଶଚାରୀଙ୍କୁ ନେଇ କ୍ୟାପସୁଲ ରାତି ୮.୦୯ ମିନିଟରେ ଚୀନର ମହାକାଶ ମଙ୍ଗୋଲିଆ ସ୍ୱାୟତ୍ତ କ୍ଷେତ୍ରର ଜୋଙ୍ଗଫେଙ୍ଗଠାରେ ଅବତରଣ କରିଛି । ଏହାସହ ଜୁନ୍ ୫ରେ ଆରମ୍ଭ ହୋଇଥିବା ଏହି ମିଶନ ସଫଳତାର ଶେଷ ହୋଇଛି । ଏହି ତିନି ଯାତ୍ରୀ ମହାକାଶ ଷ୍ଟେସନ ଛଡିବା ପୂର୍ବରୁ ଅନ୍ୟ ତିନି ସହଯୋଗୀ ସ୍ପେସ ଷ୍ଟେସନରେ ପହଞ୍ଚିଥିଲେ ।

କ୍ୟାପସୁଲ ଓହ୍ଲାଇବାର କିଛି ମିନିଟ ପରେ ଗ୍ରାଉଣ୍ଡ କ୍ରୁ ତିନି ମହାକାଶଚାରୀଙ୍କୁ କ୍ୟାପସୁଲରୁ ବାହାର କରିଥିଲେ । ମିଡିଆ ରିପୋର୍ଟ ଅନୁସାରେ, ତିନି ମହାକାଶଚାରୀ ଯାତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ସେମାନଙ୍କ ଶାରିରୀକ ସ୍ଥିତି ମଧ୍ୟ ଠିକ୍ ରହିଛି ।

ଏହି ତିନି ମହାକାଶଚାରୀ ୧୮୩ ଦିନ ଯାଏଁ ସ୍ପେସ୍ ଷ୍ଟେସନ ପରିସରରେ କାମ କରୁଥିଲେ । ନଭେମ୍ୱର ୨୯ରେ ଶୋଞ୍ଜୋ-୧୫ ମହାକାଶ ଯାନା ଦ୍ୱାରା ନିର୍ମାଣଧିନ ସ୍ପେସ୍ ଷ୍ଟେସନ ପାଇଁ ପଠାଯାଇଥିଲା । ଆମେରିକା ସହ କଡ଼ା ପ୍ରତିଯୋଗିତା ଭିତରେ, ଚୀନ ଚଳିତ ବର୍ଷ ଶେଷ ସୁଦ୍ଧା ସ୍ପେସ ଷ୍ଟେସନ ନିର୍ମାଣ କାର୍ଯ୍ୟ ପୂରା କରିବାକୁ ଯୋଜନା ରଖିଛି ।

Related Articles

Back to top button